ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷର ଯୁକ୍ତ ୨ କଳା ରେଜଲ୍ଟ ଆସନ୍ତା ଶନିବାର ଦିନ ପ୍ରକାଶିତ ହେବ । ଶନିବାର ଦିନ ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏବର୍ଷ +୨ କଳାରେ ୨ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଚଳିତବର୍ଷ କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କର ଶିକ୍ଷା ଅଧିକ ପ୍ରଭାବିତ ହୋଇଛି । ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ସହ ଛାତ୍ରଛାତ୍ରୀଙ୍କୁ କରୋନା ମହାମାରୀଠାରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଚଳିତବର୍ଷ ମହାମାରୀ କାରଣରୁ ଯୁକ୍ତ୨ ଖାତା ଦେଖାରେ ଅନେକ ଡେରୀ ଘଟିଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ ଲାଇନକୁ ଆଖି ଆଗରେ ରଖି ସମସ୍ତ ପରୀକ୍ଷା ଖାତା ଦେଖା ଯିବା ସହ ପରୀକ୍ଷା ଫଳ ଧୀରେ ଧୀରେ ପ୍ରକାଶ କରାଯାଉଛି । ପ୍ରଥମେ ଯୁକ୍ତ ୨ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ତାପରେ ବାଣିଜ୍ୟ ଫଳ ପ୍ରକାଶିତ ହୋଇଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024