ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିିଲ୍ଲୀ ଡେରାଡୁନ ଶତାଦ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣାପଡିଛି । ଉତ୍ତରଖାଣ୍ଡର କାନାସାର ଅଞ୍ଚଳରେ ହଠାତ ଏକ୍ନପ୍ରେସସ୍ ସି-୪ ବଗିରେ ନିଆଁ ଲାଗିଯାଇଛି ।ଲୋକେ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତି ବୃଦ୍ଧି କାରଣରୁ ଟ୍ରେନକୁ କଂସରୋ ରେଳ ଷ୍ଟେସନ୍ରେ ଅଟକାଇ ଯାଇପାରିଥିଲା ।
ବଗିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି । ଶର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି ବୋଲଇ ତଦନ୍ତରୁ ଜଣାପଡିଛି । ଏହି ବଗିରେ ୩୦ ରୁ ଅଧିକ ଯାତ୍ରୀ ଥିଲେ ।
ଅନ୍ୟପଟେ ଟ୍ରେନ ପାଖରେ ପହଞ୍ଚିବା ପାଇଁ ଜଙ୍ଗଲ ଦେଇ ଏକ ରାସ୍ତା ରହିଛି। ତେଣୁ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ୱ ହୋଇଛି । ଏହି ଟ୍ରେନ୍ କିନ୍ତୁ ବର୍ତ୍ତମାନ ଡେରାଡୁନ ଅଭିମୁଖେ ଆସୁଥିବା ସୂଚନା ରହିଛି।