ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକିୟା ଚାଲିଛି । ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ବରିଷ୍ଠ ନାଗରିକ ଓ ବହୁ ରୋଜରେ ପୀଡିତ ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ଆଜି କୋଭିଡ ୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି ରତନ ଟାଟା । ଏହି ଟିକା ନେବା ପରେ ରତନ କହିଛନ୍ତି, ମୁଁ ମୋର ପ୍ରଥମ ଡୋଜ ନେଇଥିବାରୁ ଧନ୍ୟବାଦ ଜଣାଉଛି । ଏବଂ ଏହି ଟିକା ଅତି ସହଜ ତଥା ଯନ୍ତ୍ରଣାହୀନ ବୋଲି ସେ କହିଛନ୍ତି । ସମସ୍ତଙ୍କୁ ଏହି ଟିକା ଦିଆଯାଇ ରକ୍ଷା କରାଯାଇପାରିବ ବୋଲି ସେ ଆଶା କରିଛନ୍ତି ।
ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୮୨,୧୮,୪୫୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେଥିରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୩,୫୩୭ ଜଣ ହିତାଧିକାରୀ ଟିକା ନେଇଛନ୍ତି।