ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ପିଲାଙ୍କ ଖାଦ୍ୟରେ ବିଷ । ଆଜ୍ଞା ହଁ ଛୋଟ ପିଲାମାନେ ସେମାନଙ୍କ ଜଳଖିଆରେ ସସ୍ ପକାଇ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଏବେ ଅସଲି ସସ୍ ବଦଳରେ ମିଳୁଛି ନକଲି ସସ୍ । ଯାହ ଏବେ ଚିନ୍ତାର ବିଷୟ ପାଲଟିଛି ।
ଶୈଳଶ୍ରୀ ବିହାରର ମହାବୀର ବସ୍ତିରେ ଏକ ଘରେ ଚାଲିଥିବା ଏକ ନକଲି ସସ୍ କାରଖାନାକୁ ଠାବ କରାଯାଇଛି । ଏହି ନକଲି ସସ୍ ରେ ଅଳ୍ପ ଟମାଟ ଏବଂ ପ୍ରଚୁର ମାତ୍ରାରେ କଖାରୁ ବ୍ୟବହାର କରାଯାଉଥିଲା । ଏହା ସଂପୂର୍ଣ୍ଣ ଅସଲି ସସ୍ ଭଳି ଦେଖାଯାଉଥିଲା । ଯାହାକୁ ଲୋକେ ଟମାଟୋ , ଚିଲି ଏବଂ ସୋୟା ସସ୍ ଭାବି ଖାଉଥିଲେ ।
ଦୀର୍ଘଦିନ ଧରି ଚାଲିଥିବା ଏହି ନକଲି ସସ୍ କାରଖାନା ଉପରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଆଚାନକ୍ ଚଢାଉ କରି କିରନ ବ୍ରାଣ୍ଡର ଷ୍ଟିକର ସହ ,ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।