ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ୩ମାସରୁ ଉର୍ଦ୍ଧ ହେବ ଭାରତ ଓ ଚୀନ ସୀମା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଚୀନ୍ର ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରୁଥିବା ନେଇ ବାରମ୍ୱାର ଭାରତ ଅଭିଯୋଗ କରିଆସୁଛି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଲଦାଖ ସୀମାରେ ପହଞ୍ଚିଲେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଏମ୍.ଏମ୍ ନରଓ୍ୱଣେ । ଆଜି ସକାଳେ ସେନା ମୁଖ୍ୟ ଏମ୍.ଏମ୍ ନରଓ୍ୱଣେ ଲଦାଖରେ ପହଞ୍ଚିଛନ୍ତି ।
ସେଠାରେ ସେ ସୀମା ନିକଟବର୍ତ୍ତୀ ଦକ୍ଷିଣ ପାଙ୍ଗୋଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଚୀନ ବାରମ୍ବାର ଭାରତୀୟ ସୀମରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟେମ କରୁଥିବା ବେଳେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲରେ, ଭାରତୀୟ ସାହସୀ ଯବାନମାନେ ଚୀନର ପ୍ରତ୍ୟେକ ପଦକ୍ଷେପକୁ ଉପଯୁକ୍ତ ଉତ୍ତର ଦେଉଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଭାରତ ଚୀନ ସୀମା ବିବାଦକୁ ନେଇ ବୈଠକ ଜାରି ରହିଛି ।
ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ସେନା ମୁଖ୍ୟ ଲଦାଖରେ ପହଁଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଏଠାରେ ସେନାମୁଖ୍ୟ ଭାରତୀୟ ସେନାର ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ବିଷୟ ଉପରେ ଅବଗତ ହୋଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024