ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ରକୁ କୋଟି କୋଟି ଭକ୍ତ ଆସିଥାନ୍ତି । ପ୍ରତ୍ୟେକ ଦିନ ବଡ ଦାଣ୍ଡ ଜନଗହଳି ପୂର୍ଣ୍ଣ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଯେପରିକି ଟ୍ରାଫିକ୍ ବ୍ୟବସ୍ଥା । ଏହାସହିତ ସିଂହଦ୍ୱାର ସମ୍ମୁଖ ଭାଗ ନୋ-ପାର୍କିଂ ଜୋନ୍ ଏବଂ ନୋ ବେଗିଂ ଜୋନ୍ କରିବା ଲାଗି ଉଦ୍ୟମ ଜାରି ରହିଛି ।
ଯେପରି ସିଂହଦ୍ୱାରା ସମ୍ମୁଖରେ କୌଣସି ଛୋଟ ମୋଟ ଉଠା ଦୋକାନ ନରହିବ ଏହାସହିତ ଦୁଇ ଚକିଆ ଏବଂ ଚାରିଚକିଆ ଯାନ ପାର୍କିଂ ହଟାଯିବ ସେନେଇ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି । ଭକ୍ତମାନେ କିଭଳି ସୁବିଧାରେ ଭାଗବାନ୍ ଙ୍କୁ ଦର୍ଶନ କରିବେ, ଗହଳି ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ନହେବେ । ସେଥିଲାଗି ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସିଧାକହିବାକୁ ଗଲେ ସମ୍ପୂର୍ଣ୍ଣ ଫୋକସ୍ ରହିଛି ୨୪ ଘଣ୍ଟିଆ ଟ୍ରାଫିକ ବ୍ୟବସ୍ଥା ଉପରେ ।
ଏନେଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି କି, ଯେତେବେଳ ପର୍ଯ୍ୟନ୍ତ ଯାତ୍ରୀମାନେ ଭାଗବାନଙ୍କୁ ଦର୍ଶନ କରିବା ଲାଗି ମନ୍ଦିରକୁ ଯିବା ଆସିବା କରିବେ ସେ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମ କଡାକଡି ରହିବ ।
ଅନ୍ୟପଟେ ସିଂହଦ୍ୱାରା ସମ୍ମୁଖରେ ଅଧିକ ସଂଖ୍ୟାରେ ବସୁଥିବା ଭିକ୍ଷକଙ୍କ ପାଇଁ ବଡଦାଣ୍ଡ ଗହଳି ରହୁଥିବା ଯୋଗୁଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।