ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ରାଷ୍ଟ୍ରପତି ଭବନଠାରେ ୧୧୨ ଜଣଙ୍କ ମଧ୍ୟରୁ ୪୭ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଆଗାମୀ ମାର୍ଚ୍ଚ ୧୬ ରେ ବଳକା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ । ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି: କବଡ୍ଡୀ ଖିଲାଡୀ, ଅଜୟ ଠାକୁର, ଆନନ୍ଦନ ଶିବମଣି, ପହଲିମାନ ବଜରଙ୍ଗ ପୁନିୟା, ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କା ମହାଦେବନ, ଅଭିନେତା ପ୍ରଭୁଦେବା, ଟେବୁଲ ଟେନିସ୍ ଖେଳାଳୀ ଶରତ କମଳ, ଗାରତୀୟ ଗ୍ରାଣ୍ଡମାଷ୍ଟର ହରିକା ଦ୍ରୋଣାବଳୀ ଏବଂ ପୂର୍ବ ବିଦେଶ ସଚ୍ଚିବ ଏସ୍ ଜୟ ଶଙ୍କର ।
ଅଭିନେତା ମୋହନଲାଲ, ରାଜନେତା ସୁଖଦେବ ସିଂହ ଏବଂ ନାରାୟଣ ଯାଦବଙ୍କୁ ପଦ୍ମଭୂଷଣ ପୁରସ୍କାର ଦିଆଯାଇଥିଲା । ଏହାସହିତ ବରିଷ୍ଠ ସାମ୍ବାଦିକ କୂଳଦୀପ ନାୟରଙ୍କୁ ମରଣୋପରାନ୍ତ ପଦ୍ମଭୂଷଣ ରେ ସମ୍ମାନୀତ କରାଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ବ୍ୟତିତ ଅନ୍ୟ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।
ଖବରମୁତାବକ, କେନ୍ଦ୍ରସରକାରଙ୍କ ପକ୍ଷରୁ ଜାନୁଆର ୨୫ ରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଁ ନାଁ ଘୋଷଣା କରାଯାଇଥିଲା । ଭାରତ ରତ୍ନ ପରେ ଦ୍ୱିତୀୟ ସର୍ବୋଚ ନାଗରିକ ପୁରସ୍କାର ହେଉଛି ପଦ୍ମ ବିଭୂଷଣ । ଏହି ପୁରସ୍କାରରେ ଅନେକ ବିଜ୍ଞ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ବୈଜ୍ଞାନିକ ନମ୍ବି ନାରାୟଣ,ପୂର୍ବ ଲୋକସଭା ଉପାଧ୍ୟକ କାରୟା ମୁଣ୍ଡା, ଅଭିନେତା ମୋହନଲାଲ, ଲୋକସଭା ସଂସାଦ ହୁକୁମଦେବ ନାରାୟଣ ସମେତ ୧୪ ଲୋକଙ୍କ ପଦ୍ମ ଭୂଷଣ ଦେବା ପାଇଁ ଘୋଷଣା କରିଛନ୍ତି । ସେହିପରି ପଦ୍ମଶ୍ରୀ ପୁରସ୍କାର ପାଇଁ ୯୪ ଲୋକଙ୍କ ନାଁ ଘୋଷଣା କରାଯାଇଛି । ଯେଉଁଥିରେ ଅଭିନେତା ମନୋଜ ବାଜପେୟୀ, ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ, କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ପ୍ରଭୁ ଦେବା, କ୍ରିକେଟର ଗୌତମ ଗମ୍ଭୀର , ଗାୟକ ଶଙ୍କର ମହାଦେବନ ଏବଂ ପହିଲିମାନ ବଜରଙ୍ଗ ପୁନିୟାଙ୍କ ନାଁ ସାମିଲ ଅଛି । ଅଭିନେତା କାଦର ଖାନ୍ ଙ୍କୁ ମରଣୋପରାନ୍ତ ପଦ୍ମଶ୍ରୀରେ ସମ୍ମାନିକ କରାଯିବ ।