ମୁମ୍ବାଇ (ଏଟିଆର ବ୍ୟୁରୋ): ମଶୁର ଫିଲ୍ମ ଷ୍ଟାର ତଥା ରାଜନେତା ରଜନୀକାନ୍ତ ଆଗାମୀ ତାମିଲନାଡୁ ବିଧାନସଭା ଉପନିର୍ବାଚ ପାର୍ଥି ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ଏନେଇ ଖୋଦ୍ ରଜନୀକାନ୍ତ ରବିବାର ଦିନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଆଗାମୀ ନିର୍ବାଚନ ଲଢିବେ ନାହିଁ ।
ଏହାର ଗୋଟେ ମାସ ପୂର୍ବରୁ ସେ କହିଥିଲେ କି ତାଙ୍କ ଲକ୍ଷ୍ୟ କେବଳ ବିଧାନସଭା ନିର୍ବାଚନ ଉପରେ ରହିଛି । ରାଜ୍ୟରେ ୨୧ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବାର ଆଶା ରହିଛି । ମାତ୍ର ନିର୍ବାଚନ ତାରିଖ ଘୋଷଣା ହେବା ପରେ ରଜନୀକାନ୍ତ ନିର୍ବାଚନ ଲଢିବେନି ବୋଲି ସିଧା ସଳଖ ମନା କରିଦେଇଛନ୍ତି । ଏନେଇ ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି ।
ଡିସେମ୍ବର ୩୧,୨୦୧୭ ରେ ରଜନୀକାନ୍ତ ଘୋଷଣା କରିଥିଲେ କି ରାଜନୀତିରେ ତାଙ୍କର ପ୍ରବେଶ ଫଳଦାୟୀ ହେବ । ମାତ୍ର କେଉଁ ଦଳକୁ ସମର୍ଥନ କରିବେ ଏବଂ ଉପନିର୍ବାଚନର କେଉଁ ଦଳକୁ ସମର୍ଥନ କରିବେ ସେନେଇ ପଚରାଯିବାରୁ ସେ କହିଛନ୍ତି କି , ‘କ୍ଷମା କରିବେ ମୁଁ ଏବେ ବିଶେଷ କିଛି କହି ପାରିବି ନାହିଁ ।’ ରାଷ୍ଟ୍ରୀୟ ଏବଂ କ୍ଷେତ୍ରୀୟ ଦଳକୁ ରଜନୀକାନ୍ତ କହିଥିଲେ କି ଯେଉଁ ଦଳ ତାମିଲନାଡୁ ପାଣି ସମସ୍ୟାର ସମାଧନ କରିବ ସେ ତାକୁ ହିଁ ସମର୍ଥନ କରିବେ ।