ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳ ବୁଧବାର ନିର୍ବାଚନ ଆୟୋଗ ସହ ସାକ୍ଷାତ କରିଛନ୍ତି । ନିର୍ବାଚନ ଆୟୋଗ ସହ ସାକ୍ଷାତ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଅଭିଯୋଗ ଆଣିଛି ବିଜେପି । ଗୁରଜରାଟ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧୀ ମଙ୍ଗଳବାର ରାଫେଲ ବିମାନ ପ୍ରସଙ୍ଗର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏନେଇ ବିଜେପି ଅଭିଯୋଗ ଆଣିଛି ଯେ ରାଲିରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମିଛ ଅଭିଯୋଗ ଲଗାଇ ରାହୁଲ ଗାନ୍ଧୀ ଆଚାର ସଂହିତ ଉଲଂଘନ କରିଛନ୍ତି ।
ଅନ୍ୟପଟେ ପ୍ରତିନିଧି ମଣ୍ଡଳ ପକ୍ଷରୁ ପଶ୍ଚିମ ବଙ୍ଗକୁ ସମ୍ବେଦନଶୀଳ ରାଜ୍ୟ ଘୋଷିତ କରିବା ସହ ନିର୍ବାଚନ ପାଇଁ ଅପିଲ କରିଛନ୍ତି । ବିଜେପିର କହିବାନୁଯାୟୀ ନିଷ୍ପକ୍ଷ ନିର୍ବାଚନ ପାଇଁ ଏହା ଜରୁୀର । ଏନେଇ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗକୁ ଅଧିକାରୀଙ୍କ ସୂଚୀ ମଧ୍ୟ ଜାର କରାଯାଇଛି । ଏହାସହିତ କୁହାଯାଇଛି ଯେ ଏହି ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପାଇଁ କାମ କରନ୍ତି । ଏହାବ୍ୟତିତ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ନିର୍ବାଚନ ଡ୍ୟୁଟିରୁ ହଟାଇବା ପାଇଁ ବିଜେପି ଦାବି କରିଛି ।
ଏହି ପ୍ରତିନିଧି ମଣ୍ଡଳରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ରବିଶଙ୍କର ପ୍ରସାଦ, କୈଳାଶ ବିଜୟବର୍ଗିୟ ସମେତ ଅନେକ ନେତା ସାମିଲ ଥିଲେ ।