ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନବରଙ୍ଗପୁରରେ ବିଜେଡିକୁ ଶକ୍ତ ଝଟକା । ସ୍ଥାନୀୟ ସାଂସଦ ବଳଭଦ୍ର ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯାଇଥିଲେ ସୁଦ୍ଧା ଭେଟି ନପାରିବାରୁ ନବୀନଙ୍କ ରାଜନୈତିକ ସଚୀବଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରୁଥିଲେ । କୌଣସି ନିଷ୍ପତି ତାଙ୍କୁ ଜଣାଉନଥିଲେ । ସେ ଟିଭି ଦେଖିବା ପରେ ଦଳର ନିଷ୍ପତି ଜାଣୁଥିଲେ ବୋଲି କହିଛନ୍ତି । ତେବେ ଦଳରେ ଇଲେକ୍ସନ ନହୋଇ ସିଲେକ୍ସନ କରାଯାଉଛି ଯେଉଁଠିକି ତାଙ୍କୁ ଅଣ ଦେଖା କରୁଛି ଦଳ ଏଣୁ ସେ ବାଧ୍ୟ ହୋଇ ନିଜର ଇସ୍ତଫାପତ୍ର ଦେଇଥିବା ସୂଚନା ଦେଇଛନ୍ତି । ଅପରପକ୍ଷରେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଠ ହୋଇନାହିଁ ।
ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ନିର୍ବାଚନ ହେବ । ଏଠାରେ ବିଜେଡିର ବହୁ ସମର୍ଥକ ଆଶା ରଖିଥିଲେ କି ବଳଭଦ୍ର ପୁଣିଥରେ ଦଳୀୟ ଟିକେଟ ପାଇବେ । କିନ୍ତୁ ଆଉ ହାତ ଗଣତି ମାତ୍ର ଦିନ କେଇଟା ଥିବା ବେଳେ ଇସ୍ତଫା ଦଳ ପାଇଁ ବହୁତ ବଡ କ୍ଷତି ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୧୪ ନିର୍ବାଚନରେ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି କଂଗ୍ରେସର ନିକଟତମ ପ୍ରତିଦ୍ୱନ୍ଦୀ ୨୦୦୦ରୁ କମ ଭୋଟରେ ପରାଜିତ କରିଥିଲେ । କଂଗ୍ରେସର ପ୍ରଦୀପ ମାଝୀଙ୍କ ଭଳି ଟାଣୁଆ ନେତାଙ୍କୁ ପରାସ୍ତ କରିବା ବଳଭଦ୍ରଙ୍କ ପାଇଁ ବଡ ସଫଳତା ଥିଲା । ବିଶେଷ ସୂତ୍ରରୁ ଖବର ଅନୁଯାୟୀ ବିଜେଡି ସୁପ୍ରିମୋ ଇସ୍ତଫାପତ୍ର ଗ୍ରହଣ କରିବା ପରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି । କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ।