ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ର ତାରିଖ ଘୋଷଣା ହୋଇସାରିଛି । ଏହି ମହାସଂଗ୍ରାମର ପ୍ରଥମ ମତଦାନ ଅପ୍ରିଲ ୧୧ ରେ ହେବ । ସେଥିପାଇଁ ପ୍ରତ୍ୟେକ ଦଳ ମତଦାନ ସଂଖ୍ୟା ବଢାଇବା ଚେଷ୍ଟାରେ ଲାଗିପଡିଛନ୍ତି । ଏହି ରେସ୍ ରୁ ବାଦ୍ ପଡି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମଧ୍ୟ ମତଦାତ୍ତାକୁ ମତଦାନ କରିବା ପାଇଁ ଅପିଲ କରୁଛନ୍ତି । ଖାସ୍ କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ ର ମାଧ୍ୟମରେ ଯୁବପିଢୀଙ୍କୁ ମତଦାନ କରିବା ପାଇଁ ଅପିଲ କରିଛନ୍ତି । ସେ ଲେଖିଛନ୍ତି ଯେ ମତଦାନ କେବଳ ଏକ ଅଧିକାର ନୁହେଁ ବରଂ ଏହା ଏକ କର୍ତ୍ତବ୍ୟ । ଖାସ୍ କରି ମୋଦି ଏହି ପୋଷ୍ଟକୁ ସଲମାନ୍ ଖାନ୍ ଏବଂ ଅମୀର ଖାନ୍ ବି ଟ୍ୟାଗ୍ କରିଛନ୍ତି । ପୋଷ୍ଟକୁ ଟ୍ୟାଗ କରିବା ପଛର କାରଣ ହେଉଛି ଯୁବପିଢୀଙ୍କୁ ମତଦାନ କରିବା ପାଇଁ ପ୍ରେରିତ କରିବା । ଏହି ପୋଷ୍ଟକୁ ନେଇ ଅମୀର ଖାନ୍ ନିଜ ଅନ୍ଦାଜରେ ମୋଦିଙ୍କୁ ଜବାବ ଦେଇଛନ୍ତି ।
ଦୁଇ କଳାକାରଙ୍କୁ ଟ୍ୟାଗ କରି ମୋଦି ଲେଖିଥିଲେ ଯେ ଏବେ ସମୟ ଆସିଛି ନିଜ ଅନ୍ଦାଜରେ ଯୁବପିଢୀଙ୍କୁ ମତଦାନ ପାଇଁ ପ୍ରେରିତ କରିବା ଏବଂ ଫଳରେ ଆମେ ଆମା ଲୋକତନ୍ତ୍ର ଏବଂ ଦେଶ ମଜବୁତ୍ କରିପାରିବୁ ।
ଆପଣମାନେ ସମସ୍ତେ ଜାଣିଥିବେ ଯେ ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦି କେତେ ସକ୍ରିୟ । ସେ ଭଲକି ଜାଣିଛନ୍ତି କି ବଲିଉଡର କେଉଁ କେଉଁ କଳାକାରମାନେ ତାଙ୍କୁ ମତଦାନ କରିବାେରେ ସହାୟକ ହେବେ ।
ସେପଟେ ମୋଦିଙ୍କ ଏହି ଟ୍ୱିଟ୍ କୁ ନେଇ ଅମୀର ଖାନ୍ ନିଜ ଅନ୍ଦାଜରେ ଜବାବ ଦେଇଛନ୍ତି । ସେ ଲେଖିଛନ୍ତି କି , ‘ମାନନୀୟ ସାର୍ ଆପଣ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ତେବେ ଆସନ୍ତୁ ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ରର ନାଗରିକଙ୍କ ସହ ଯୋଡି ହେବା । ଆସନ୍ତୁ ଆମ ଦାୟିତ୍ୱକୁ ପୂରା କରିବା, ଏବଂ ଅଧିକାରର ଲାଭ ଉଠାଇବା । ’
Absolutely right sir, Hon PM. Let us all engage as citizens of the biggest democracy in the world. Let us fulfill our responsibility, and avail of our right to get our voice heard.
Vote! https://t.co/24vWPQHXQy— Aamir Khan (@aamir_khan) March 13, 2019
ଅମୀର ଖାନ୍ ଙ୍କ ବ୍ୟତିତ ଅମିତାଭ ବଚ୍ଚନ,ଶାହରୁଖ ଖାନ୍, ରତନ ଟାଟା, ଆନନ୍ଦ ମହିନ୍ଦ୍ର, ପି.ବି ସିନ୍ଧୁ,ସାଇନା ନେହୱାଲାଙ୍କ ଭଳି ଅନେକ ବଡ ବଡ ବ୍ୟକ୍ତିଙ୍କୁ ନିର୍ବାଚନରେ ମନଦାନ କରିବା ପାଇଁ ପ୍ରୋତ୍ସାହନ କରିବାକୁ ଆଗ୍ରହ କରିଛନ୍ତି ।