ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ମତଦାନ ଅପିଲକୁ ନେଇ ବଲିଉଡ ଅଭିନେତ୍ରୀ ବିଦ୍ୟାବାଲନ୍ ଅଧିକ ସଂଖ୍ୟାରେ ମତଦାନ ପାଇଁ ନାଗରିକଙ୍କୁ ଅଗ୍ରାହ୍ୟ କରିଛନ୍ତି । ଲୋକସଭା ନିର୍ବାଚନ ୨୦୧୯ ପାଇଁ ସେ ସୋସିଆଲ ମିଡିଆର ସାହାର ନେଇଛନ୍ତି ।ବିଦ୍ୟା ତାଙ୍କ ପ୍ରଶଂସକ ଏବଂ ସମସ୍ତ ଲୋକଙ୍କ କହିଛନ୍ତି ଯେ , ଯଦି ସେମାନେ ସମାଜର ପରିବର୍ତ୍ତନ ଚାହୁଁଛନ୍ତି ତେବେ ଅପ୍ରିଲ ଏବଂ ମେ ମାସରେ ହେବାକୁ ଥିବା ନିର୍ବାଚନରେ ନିଶ୍ଚିତ ରୂପେ ନିଜ ମତାଧିକାରର ପ୍ରୟୋଗ କରନ୍ତୁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଯଦି ଆମେ ଏକ ପରିବର୍ତ୍ତିତ ସମାଜ ଏବଂ ଦେଶ ଚାହୁଁଛୁ ତେବେ ଆମକୁ ଏହି ପ୍ରକ୍ରିୟାରେ ଭାଗ ନେବାର ଆବଶ୍ୟକ ରହିଛି । ପ୍ରଥମ କଥା ହେଉଛି ଭୋଟ କରିବା, କାରଣ ଭୋଟ କରିବା ଆମ ଦାୟିତ୍ୱ ଏବଂ ଅଧିକାର ।
ରାଷ୍ଟ୍ରୀୟ ପୁରସ୍କାର ବିଜେତା ତଥା ଅଭିନେତ୍ରୀ ବିଦ୍ୟାବାଲନ୍ ବୁଧବାର ଦିନ ତାଙ୍କ ପତି ସିଦ୍ଧାର୍ଥ ରାୟ କପୁର ଏବଂ ରିତେଶ ବାତ୍ରାଙ୍କ ସହିତ ‘ଫଟୋଗ୍ରାଫ’ ର ବିଶେଷ ସ୍କ୍ରିନିଂ ଅବସରରେ ସମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସେ ମତଦତ୍ତାଙ୍କୁ ସମସ୍ତ ଭାଗିଦାରୀର ଅଗ୍ରାହ୍ୟ କରିଛନ୍ତି । ତାଙ୍କ ମତରେ ଅନ୍ୟ ଉପରକୁ ଅଙ୍ଗୁଳି ଉଠାଇ କିଛି ହାସଲ କରିପାରିବେ ନାହିଁ । ଲୋକଙ୍କୁ ସକରାତ୍ମକ ପରିବର୍ତ୍ତନ ଦେଖିବା ପାଇଁ ନିଜ ଅଙ୍ଗୁଳିରେ କାଳି ଲଗାଇବା ଜରୁରୀ ।