ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘କେସରୀ’ର ପ୍ରମୋଶନ୍ ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ପରିଣିତି ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କ ସହିତ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ । ପୂର୍ବରୁ ପରିଣିତିଙ୍କ କିଛି ଟା ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିନଥିଲା, କିନ୍ତୁ ‘କେସରୀ’ ଜରିଆରେ ପରିଣିତିଙ୍କ ଭାଗ୍ୟ ଚମକି ଉଠିବ ବୋଲି ସେ ଆଶା ରଖିଛନ୍ତି ।
ଫିଲ୍ମଟି ହିଟ୍ ହେବ କି ନାହିଁ ତାହା ତ କିଛି ଦିନ ମଧ୍ୟରେ ଜଣା ପଡିଯିବ । ମାତ୍ର ପରିଣିତି ନିକଟରେ ଏଭଳି ଏକ କଥା କହିଛନ୍ତି ଯେଉଁଥିରେ ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଟଯାଇଛନ୍ତି । ପ୍ରକୃତରେ ଏକ ଇଣ୍ଟରଭ୍ୟୁ ରେ ପରିଣିତିଙ୍କୁ ତାଙ୍କ ବାହାଘର ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଜବାବ ଦେଇ ସମସ୍ତଙ୍କର ମୁହଁ ବନ୍ଦ କରିଦେଇଛନ୍ତି ପରିଣିତି । ସେ କହିଛନ୍ତି କି ବର୍ତ୍ତମାନ ବାହାଘର ପାଇଁ ସେ ପ୍ରସ୍ତୁତ ନାହାନ୍ତି । ବାହାଘର ପୁର୍ବରୁ ଲିଭଇନ୍ ରେ ରହିବାକୁ ଚାହୁଁଛନ୍ତି ଏବଂ ଭଲ ସାଥୀ ଟିଏ ପାଇଁ ଖୋଜୁଛନ୍ତି । ଯିଏ ତାଙ୍କୁ ଠିକ୍ ଲାଗିବ ସେ ତାଙ୍କୁ ବାହା ହେବାକୁ ଭାବିବେ ।
ପରିଣିତି କହିଛନ୍ତି କି , ‘ଏବେଠାରୁ ମୋ ବାହାଘର କାହିଁକି? ଏବେ ତ ମୋତେ ବାହାଘର ବିଷୟରେ କିଛି ବି ଜଣା ନାହିଁ । ଲିଭଇନ୍ ପାଇଁ ମୋତେ ଷ୍ଟ୍ରଙ୍ଗ ସାଥୀର ଆବଶ୍ୟକ ରହିଛି । ବ୍ୟକ୍ତି ଜଣକ ଭଲ ହୋଇଥିବା ଦରକାର, ସେ ତେଣିକି ମୁଁ ତାଙ୍କ ସହିତ ଗୋଟେ ରୁମ୍ ରେ ରୁହେ କି ଟ୍ରାଭେଲସ କରେ ଅବା ପୁରା ଜୀବନ ତାଙ୍କ ସହିତ ବଞ୍ଚେ । ମୋ ପାଇଁ ସାଥୀ ଜରୁରୀ, ବାହାଘର ନୁହେଁ । ଯେତେବେଳେ ମୋତେ ଲାଗିବ କି ତାଙ୍କ ସହିତ ବାହା ହେବାକୁ ଅଛି ସେବେ ବାହା ହେଇ ଯିବି । ସେମିତି କହିବାକୁ ଗଲେ ମୁଁ ବାହାଘର ସପକ୍ଷରେ ଅଛି କିନ୍ତୁ ବର୍ତ୍ତମାନ ମୁଁ ବାହାଘର ପାଇଁ ପ୍ରସ୍ତୁତ ନାହିଁ ।
’