ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ରହିଲା ଲୋକସଭା ନିର୍ବାଚନ । ତେବେ ନିର୍ବାଚନ ଟିକଟ କିଏ ପାଇବ ସେନେଇ ଅନେକ ନାଁ ସାମ୍ନାକୁ ଆସୁଛି । ସେ ତେଣିକି ରାଜନୈତିକ ମହଲରୁ ହୋଇଥାନ୍ତୁ କି ଫିଲ୍ମ ଇଣ୍ଡଷ୍ଟ୍ରି । ଏହାସହିତ କ୍ରିକେଟ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଅଛି । ଇତି ମଧ୍ୟରେ ଏବେ ଯେଉଁ ନାଁ ସାମ୍ନାକୁ ଆସିଛି ସେ ଆଉ କେହି ନୁହଁନ୍ତି ‘ମୁଲତାନ୍ କେ ସୁଲତାନ୍’ ନାଁରେ ପ୍ରସିଦ୍ଧ ବିରେନ୍ଦ୍ର ସେହୱାଗ । ସେ ଦିଲ୍ଲୀର କୌଣସି ସିଟ୍ ରୁ ଲୋକସଭା ନିର୍ବଚନ ଲଢିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏବେ ଏହାକୁ ନେଇ ଦିଲ୍ଲୀର ଜଣେ ବିଜେପି ନେତା ବୟାନ ଦେଇଛନ୍ତି ।
ବିରେନ୍ଦ୍ର ସେହୱାଗ ଲୋକସଭା ନିର୍ବାଚନ ଲଢିବା ଖବର ଉପରେ ଦିଲ୍ଲୀର ଜଣେ ବରିଷ୍ଠ ନେତାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି କି ଲୋକସଭା ନିର୍ବାଚନ ଲଢିବା ଅଫରକୁ ବିରେନ୍ଦ୍ର ସେହୱାଗ ଆଡେଇ ଦେଇଛନ୍ତି । ଏନେଇ ସେ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।
ହୁଏତ ବିଜେପି ନେତା କହିଛନ୍ତି କି ଅନ୍ୟ ଜଣେ ପୂର୍ବତନ କ୍ରିକେଟର ଏବଂ ସେହୱାଗଙ୍କ ସାଥୀ ଗୌତମ ଗମ୍ଭୀର ନିର୍ବାଚନ ଲଢିବାକୁ ନେଇ ଏବଂ ରାଜନୀତିରେ ଏଣ୍ଟ୍ରି କରିବାକୁ ସିରିୟସ ଅଛନ୍ତି ।
ଏନେଇ ବିରେନ୍ଦ୍ର ସେହୱାଗ କହିଛନ୍ତି କି ତାଙ୍କର ରାଜନୀତିରେ ପାଦ ଦେବା ତଥା ନିର୍ବାଚନ ଲଢିବାରେ କୌଣସି ପ୍ରକାର ଇଛା ନାହିଁ ।
ସେହୱାଗଙ୍କ ନାଁ ପଶ୍ଚିମ ଦିଲ୍ଲୀ ର ସିଟ୍ ପାଇଁ ଆଲୋଚନା ଚାଲିଥିଲା କିନ୍ତୁ ସେ ତାଙ୍କର ବ୍ୟକ୍ତିଗତ କାରଣ ପାଇଁ ଏହି ଅଫରକୁ ମନା କରିଦେଇଛନ୍ତି ବୋଲି ବିଜେପି ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି ।