ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେିଛନ୍ତି ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦାମୋଦର ରାଉତ । ଗତକାଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,ବିଜେପି ରାଷ୍ଟ୍ରୀୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ଓଡିଶା ପ୍ରଭାରୀ ଅରୁଣ ସିଂହ ଏବଂ କେଭିସିଂହ ଦେଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ଦାମ । ଗତକାଲି ରାତିରେ ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ଦାମ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିମାନ ବନ୍ଦରରେ ଶହ ଶହ କର୍ମୀଙ୍କ ସମାଗମ ହୋଇଥିଲା ।
ବିଶାଳ ରାଲି ମାଧ୍ୟମରେ ବିଜେପି ପାର୍ଟି ଅଫିସକୁ ପାଛୋଟି ଆଣିଛନ୍ତି ଦଳୀୟ କର୍ମୀ ଏବଂ ନେତା । ଫୁଲ ତୋଡା ଏବଂ ଜିନ୍ଦାବଦ ସ୍ୱରରେ ଫାଟି ପଡୁଥିଲା ଦାମଙ୍କ ରାଲି । ତେବେ ବିଜେପିର ଏହୀ ସମ୍ବର୍ଦ୍ଧନାକୁ ବେଶ ପ୍ରଂଶସା କରିଛନ୍ତି ଦାମ । ତେବେ ଦାମ ଗତକାଲି ଯୋଗ ଦେବା ବେଳେ କହିଥିଲେ କି ଓଡିଶାରେ ଦୁର୍ନୀତିଗସ୍ତ ସରକାରଙ୍କୁ ହଟାଇବା ଏବଂ କେନ୍ଦ୍ରରେ ମୋଦି ସରକାର ଏବଂ ଅମିତ ଶାହାଙ୍କ ନେତୃତ୍ୱ ତାଙ୍କୁ ବେଶ ପ୍ରଭାବିତ କରିଛି । ଏଣୁ ବହୁ ମାନସିକ ଚିନ୍ତା କରିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ନବୀନ ସରକାରଙ୍କ ଦୁର୍ନୀତିଗସ୍ତ ସରକାରକୁ ହଟାଇ ପାରିବାର ଏକମାତ୍ର ବିକଳ୍ପ ବୋଲି ସୂଚନା ଦେଇଛନ୍ତି ଦାମ ।
ବିଜେପିରେ ଯୋଗ ଦେବା ପରେ ସେ ନବୀନଙ୍କୁ ମନଇଛା ଗାଳି ଦେଇଛନ୍ତି । ନବୀନ ବିଜୁବାବୁଙ୍କ ଓଲଟା । ସେ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ କହିଛନ୍ତି ସେ ନିଜ ଜନ୍ମମାଟି ଏରସମା-ବାଲିକୁଦାରୁ ନିର୍ବାଚନ ଲଢ଼ିବାକୁ ଇଛୁକ ଅଛନ୍ତି । ଶେଷ ସମୟରେ ନିଜ ଅଞ୍ଚଳବାସୀଙ୍କ ସେବା କରିବା ମୋର ଶେଷ ଇଛା । ତେବେ ପାରଦୀପ ଛାଡିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜେଡି ସେଠାରେ ତାଙ୍କ ପୁଅ ସମ୍ବିତଙ୍କୁ ଟିକେଟ ଦେଇପାରେ । ଏଣୁ ପୁଅଙ୍କ ଭବିଷ୍ୟତକୁ ଆଖିରେ ରଖି ଏରସମା-ବାଲିକୁଦାକୁ ମନ କରିଛନ୍ତି ଦାମ ।