ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ ବର୍ଷ ୨୦୧୩ରେ ମ୍ୟାଚ୍ ଫିକ୍ସିଙ୍ଗ ଅଭିଯୋଗରେ ଟିମ୍ ଚେନ୍ନାଇ ସୁପର କିଙ୍ଗକୁ ଦୁଇ ବର୍ଷ ପାଇଁ ବ୍ୟାନ କରି ଦିଆଯାଇଥିଲା । ଏହି ମାମଲାରେ ସିଏସକେ ଟିମ୍ ର ମ୍ୟାନେଜମେଣ୍ଟ ରେ ସ୍ପଟ ଫିକ୍ସଙ୍ଗର ନାଁ ଆସିଥିଲା ଏବଂ ଏଥିରେ ସିଏସକେ ର କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ବି ଉଠିଥିଲା । ଏହାପରେ ଟିମ୍ ପୁଣି ମଇଦାନକୁ ଫେରିବା ସହ ଗତ ଆଇପିଏଲ ମ୍ୟାଚରେ ସାନ୍ଦାର ପ୍ରଦର୍ଶନ କରିଥିଲା ।
ହୁଏତ ଏହି ମାମଲାରେ ଧୋନୀ ମୁହଁ ନଖୋଲି ନିଜର ଅଧିନାୟକ ଏବଂ ବ୍ୟାଟିଙ୍ଗରେ ଜବାବ ଦେବା ଜରୁରୀ ମନେ କରିଥିଲେ । ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ ଖୁବ୍ ଶୀଘ୍ର ଏକ ନୂଆ ୱେବ୍ ସିରିଜ୍ ଆସିବାକୁ ଯାଉଛି । ଯେଉଁଥିରେ ଧୋନୀ ତାଙ୍କର କଠିନ ମୁହୂର୍ତ୍ତ ବିଷୟରେ କହୁଥିବାର ଦେଖିବାକୁ ମିଳିବ । ଏହାସହିତ ଏହି ସ୍ପେଶାଲ ଡକ୍ୟୁମେଣ୍ଟ୍ରି ୱେବସିରିଜ୍ କୁ କବୀର ଖାନ୍ ଙ୍କ ଦ୍ୱାରା ନିର୍ଦ୍ଦେଶିତ କରାଯିବ ବୋଲି ଶୁଣିବାକୁ ମିଳୁଛି ।
ଖବରମୁତାବକ, ଏହାପୂର୍ବରୁ କବୀର ସୁପରହିଟ୍ ଫିଲ୍ମ ବଜରଙ୍ଗୀ ଭାଇଜାନ୍ ର ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହାସହିତ ସେ ଏବେ କପିଲଦେବଙ୍କ ବାୟୋପିକ୍ କରିବାରେ ବ୍ୟସ୍ତ ଅଛନ୍ତି । ନିକଟରେ କବୀର ସାମ୍ବାଦିକ ସାକ୍ଷାତକାରରେ କହିଛନ୍ତି କି , ‘ଆମ ସମସ୍ତଙ୍କୁ ଜଣା ଅଛି ଯେ ସେହି ସମୟରେ ମିଡିଆରେ ଆମକୁ କଣ ଦେଖିବାକୁ ମିଳୁଥିଲା କିନ୍ତୁ ଆମେ ଜାଣିନୁ ଯେ ଏହି ଟିମ୍ ସହ ଜଡିତ ଲୋକଙ୍କ ଉପରେ କ’ଣ ବିତୁଥିବ । ଏହି ବିବାଦ ଅନ୍ୟ ଖେଳାଳିଙ୍କୁ ବି ବାଧା ପହଁଚାଇଛି କିନ୍ତୁ ଏନେଇ ସେମାନଙ୍କର ମତ ଜାଣିବାକୁ ଆମକୁ କେବେ ମଉକା ମିଳି ନାହିଁ ।’