ବରଗଡ (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଓଡିଶା କାର୍ଯ୍ୟକ୍ରମରେ ସେ କଣ କହିବେ ତାଉପରେ ସମସ୍ତଙ୍କ ନଜର ଥିଲା । ତେବେ ଯାହା ପୂର୍ବରୁ କଳ୍ପନା କରାଯାଉଥିଲା ତାହା ହୋଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ରାଜ୍ୟ ସରକାରଙ୍କୁ ମନଇଛା ଗାଳି ଦେଇଛନ୍ତି ରାହୁଲ । ରାଜ୍ୟ ସବୁକ୍ଷେତ୍ରରେ ଫଛରେ ଥିବା ବେଳେ ସରକାର ଅଏସ କରୁଥିବା ସେ କହିଛନ୍ତି । ରାଜ୍ୟରେ ଶିକ୍ଷା,ସ୍ୱାସ୍ଥ୍ୟ ଏବଂ କୃଷି ଭଳି ବିଭିନ୍ନ ଉନ୍ନତି ମୂଳକ କ୍ଷେତ୍ରରେ ପଛରେ ରହିଛି । କିନ୍ତୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା କହିଛନ୍ତି ରାହୁଲ ।
ବରଗଡ ସାରସଗାଁରେ ଆୟୋଜିତ ହୋଇଥିବା ବିଶାଳ ସଭାରେ ହଜାର ହଜାର କର୍ମୀ ଏବଂ ନେତା ଯୋଗ ଦେଇଥିଲେ । ନିର୍ବାଚନ ପୂର୍ବରୁ ଦଳର ହାଇକମାଣ୍ଡଙ୍କ ଗୁରୁଜ୍ଞାନ ଆଗାମି ଦିନରେ କାମରେ ଆସିବ ବୋଲି କହିଛନ୍ତି ଦଳୀୟ ନେତା । ତେବେ ରାହୁଲ ଆଜିର ସଭା ଆରମ୍ଭରୁ ଆକ୍ରମଣାତ୍ମକ ମୁଡରେ ରହିଥିଲେ । ତେବେ ଆଜି ମଧ୍ୟ ଆରମ୍ଭରୁ ମୋଦିଙ୍କୁ ଟାର୍ଗେଟ କରି ଚୌକିଦାର କହିଥିଲେ । କିନ୍ତୁ ଏହାକୁ ପୁରା କରିନଥିଲେ । ସୂଚନା ଯୋଗ୍ୟ ମୁମ୍ବାଇର ଚୌକିଦାର ସଂଘ ଥାନାରେ ଏତଲା ଦେବା ପାଇଁ ଚେତାବନୀ ଦେଇଛି ।
ରାହୁଲ ନିଜ ଭାଷଣରେ କହିଛନ୍ତି ଦିନେ ବରଗଡକୁ ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବେଳେ ଆଜି ଏଠାରେ ଚାଷୀମାନେ ଆତ୍ମହତ୍ୟା କରିବା ଅତି ନିନ୍ଦନୀୟ ଘଟଣା । କିନ୍ତୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦୃଷ୍ଟି ଗୋଚର ଦେଉ ନାହାଁନ୍ତି । ମୋଦି କେବଳ ନିଜର ଧନୀ ବ୍ୟବସାୟୀ ବନ୍ଧୁଙ୍କ ଋଣ ଛାଡ କରିବେ କିନ୍ତୁ ଚାଷୀଙ୍କର ନୁହେଁ । ଉଦାହରଣ ଦେଇ କହିଥିଲେ କି ଛତିଶଗଡ ସରକାରକୁ ଦେଖ । ଶାସନଭାର ଗ୍ରହଣ କରିବା ପରେ ଚାଷୀଙ୍କ ଋଣ ଛାଡ କରିବା ସହିତ ଧାନର ଏମଏସପି ମୂଲ୍ୟ ବୃଦ୍ଧି କରାଯାଇଥିଲା । କିନ୍ତୁ ମୋଦି ନୀରବ ମୋଦିଏବଂ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କ ଋଣ ଛାଡ କରୁଛନ୍ତି । ସେପଟେ ନିଜ ଭାଷଣରେ କହିଛନ୍ତି କଂଗ୍ରେସ ଯଦି ସରକାରରେ ଆସେ ତେବେ ଯୁବକଙ୍କୁ ରୋଜଗାର କରିବାର ପନ୍ଥା ଦେଖାଇବ ଏବଂ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବ ।