ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଭାଇଙ୍କ ପାଇଁ ନିର୍ବାଚନ ମଇଦାନରେ ସହଯୋଗ ପାଇଁ ବାହାରିଛନ୍ତି ଦୁଇଜଣ ଭଉଣୀ । ନିଜେ ନିର୍ବାଚନ ନଲଢ଼ିଲେ ସୁଦ୍ଧା ଭାଇଙ୍କୁ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ବାହାରିଥିବା ଦୁଇ ଭଉଣୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହି ଦୁଇ ଭଉଣୀ ହେଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରା ଏବଂ ବିଜେଡି ସୁପ୍ରିମୋଙ୍କ ବଡ ଭଉଣୀ ଗିତା ମେହଟ୍ଟା । ଭାଇଙ୍କ ନିର୍ବାଚନ ସମୟରେ ଭଉଣୀଙ୍କ ଉପସ୍ଥିତି ଭାଇଙ୍କ ପାଇଁ ଲାଭଦାୟକ ହେବ ବୋଲି ଅନୁମାନ କରାଯାଇଛି । କାରଣ କଥାରେ ଅଛି କ୍ଷୀର ଖାଇବାକୁ ମନ କଲେ ଘରେ ରଖିବୁ ଗାଇ,ଯୁଦ୍ଧରେ କଳାବେଳେ ସାଙ୍ଗରେ ରହିବା ଦରକାର ଭାଇ । ଏଣୁ ଭାଇର ସାଥ ଦେଉଥିବାରୁ ଉଭୟଙ୍କୁ ନେଇ ସବୁଠି ଚର୍ଚ୍ଚା ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ପ୍ରଧାନ ମନ୍ତ୍ରୀ କରାଇ ଦେଶରେ ପୁଣିଥରେ କଂଗ୍ରେସ ସରକାର ଗଠନ କରିବା ପାଇଁ ବାହାରିଛନ୍ତି ପ୍ରିୟଙ୍କା । ଯଦିଓ ସେ ନିର୍ବାଚନ ଲଢ଼ିବେନି ବୋଲି ଚର୍ଚ୍ଚା ହେଉଛି ତେବେ ସେ ଭାଇଙ୍କ ପ୍ରଚାର କରିବେ । ଏବଂ ଉତ୍ତରପ୍ରଦେଶ ରାଜନୀତିକୁ ନିୟନ୍ତ୍ରଣ କରିବେ । ଆଜିଠାରୁ ମଧ୍ୟ ପ୍ରିୟଙ୍କା ଆରମ୍ଭ କରିଛନ୍ତି ୩ଦିନି ନୌଯାତ୍ରା ପ୍ରଚାର । ପୂର୍ବ ନିର୍ବାଚନରେ ମଧ୍ୟ ଭାଇଙ୍କ ସହ ସାଥ ଦେଇଥିଲେ ପ୍ରିୟଙ୍କା । ପୂର୍ବ ନିର୍ବାଚନରେ ବାରଣାସୀରୁ ମୋଦି ଜିତିବା ସହିତ ଉତ୍ତରପ୍ରଦେଶରେ କାୟା ବିସ୍ତାର କରିଥିଲେ । ଅପରପକ୍ଷରେ ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଭଲ ଲୋକ ପ୍ରିୟତା ଥିବାରୁ ତାଙ୍କୁ ସେଠାରେ ଦାୟିତ୍ୱ ଦେଇ ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ରାହୁଲ ।
ବିଜେଡି ସୁପ୍ରିମୋଙ୍କ ରାଜନୀତି ଆରମ୍ଭରୁ ବଡ ଭଉଣୀ ଗିତା ତାଙ୍କ ସହିତ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଉଭଣୀ ସହଯୋଗ କରିଥାନ୍ତି ବୋଲି ପୂର୍ବରୁ ନଜିର ରହିଛି । ତେବେ ରବିବାର ନବୀନ ନିବାସରେ ଗିତାଙ୍କ ଉପସ୍ଥିତି ରାଜ୍ୟ ରାଜନୀତିକୁ ହଟ୍ଟଚକିତ କରି ଦେଇଛି । କାରଣ ଗିତା ବୋଧ ହୁଏ କାହାର ଟିକେଟ ଲବି ପାଇଁ ଭାଇଙ୍କୁ ଭେଟିବାକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି । ୨୦୧୭ରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇବା ନେଇ କଥା ଉଠିଥିଲା । ତେବେ ନବୀନ ଏହାକୁ ଖଣ୍ଡନ କରିବା ପରେ ଏହା ସ୍ପଷ୍ଟ ହୋଇ ଯାଇଥିଲା ଯେ ଗୀତା ସକ୍ରିୟ ରାଜନୀତିକୁ ଆସିବେନି । ତେବେ ନବୀନଙ୍କ ରାଜନୈତିକ କ୍ୟାରିଅର ପ୍ରତି ସେ ଯେ ଆଞ୍ଚ ଆସିବାକୁ ଦେବେନି ତାହା ସ୍ପଷ୍ଟ ।