ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ କଣ ହେଉଛି ତାହା କାହାକୁ ବି ଜଣା ନାହିଁ । ତେବେ ବିଜେଡି ଟିକେଟ ଆଶାରେ ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ଳମ୍ବା ଲାଇନ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି ଭିଡ ଭିତରେ ଆଜି ଦ୍ୱିତୀୟ ଥର ପାଇଁ ବରିଷ୍ଟ ନେତା ଦାମଙ୍କ ପୁଅ ସମ୍ବିତ ନବୀନ ନିବାସରେ ଦେଖିବାକୁ ମିଳିଥିଲେ । ପାରାଦୀପରୁ ଦଳୀୟ ଟିକେଟ ଆଶାରେ ରହିଛନ୍ତି ସମ୍ବିତ । ତେବେ ଦଳର ସୁପ୍ରିମୋଙ୍କ ପୁଣିଥରେ ଭେଟ ହୋଇ ଟିକେଟ ଆଶାରେ ଆସିଥିବା ଶୁଣିବାକୁ ମିଳିଛି ।
ବାପା ପଦ୍ମ ପୋଖରୀ ବୁଡ ପକାଇବା ଏବଂ ଭଉଣୀ ବିଜେଡିକୁ ବାଏ ବାଏ କହିବା ପରେ ସମ୍ବିତଙ୍କ ଟିକେଟ ପାଇବାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ବାପା ଏବଂ ଭଉଣୀଙ୍କ ନିଷ୍ପତି ପାଇଁ ସମ୍ବିତ ଟିକେଟ ରେସରୁ ବଳି ପଡିପାରନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ ଦଳରେ ଜଣେ ସକ୍ରିୟ କର୍ମୀ ଭାବରେ ମୁଖ୍ୟମନ୍ତ୍ରୀ ଦେଇଥିବା ସମସ୍ତ କାମ ସୁଚାର ରୂପେ କରିଥିବାରୁ ପାରାଦୀପରୁ ବିଜେଡି ଟିକେଟ ଆଶାରେ ସମ୍ବିତ ତେବେ ଦଳର ସୁପ୍ରିମୋଙ୍କ ଉପରେ ସବୁ କିଛି ନିର୍ଭର ବୋଲି ସେ କହିଛନ୍ତି । ତେବେ ପାରଦୀପରେ ଯଦି ବାପା ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ ତେବେ ବିଜେଡି ସୁପ୍ରିମୋ ଯଦି ଟିକେଟ ଦେବେ ସେ ବାପାଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ବିତ ।
ସମ୍ବିତଙ୍କ ଟିକେଟ ପାଇବା ଏବେ ପର୍ଯ୍ୟନ୍ତ ଠିକ ହୋଇନଥିବାରୁ ସେ ପୁଣିଥରେ ନବୀନ ନିବାସ ଆସିଛନ୍ତି । ଅପରପକ୍ଷରେ ବାପାଙ୍କ ପ୍ରତିଦ୍ୱନ୍ଦି ଜଗତସିଂହପୁର ବିଜେଡି ସଭାପତିଙ୍କ ସହିତ ପୁରୁଣା ଶତ୍ରୃତା ରହିଛି । ଦାମ ବିଜେପିରେ ଯୋଗ ଦୋବ ପରେ ଉଭୟଙ୍କ ମଧ୍ୟରେ କଡାସମାଲୋଚନା ହୋଇଥିଲା । ଏଣୁ ବାପା ରାଗ ପୁଅ ଉପରେ ଶୁଝାଇବା ପାଇଁ ସମ୍ବିତ ଟିକେଟ ପାଇବା ବାଟରେ ବିଷ୍ଣୁ କଣ୍ଟା ସାଜିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ କଣ ହେବ ତାଉପରେ ସମସ୍ତଙ୍କ ନଜର ।