ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନନ୍ଦନକାନନକୁ ଆସିବ ନୂଆ ଅତିଥି । ଆସନ୍ତା ଅଗଷ୍ଟ ମାସ ଶେଷ ସପ୍ତାହରେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଚେନ୍ନାଇରୁ ଏକ ହଳ ସବୁଜ ଓ ଏକ ହଳ ହଳଦୀ ରଙ୍ଗର ଆନାକୋଣ୍ଡା ନନ୍ଦନକାନନକୁ ଆସିବ । ଗତ ୨୦୧୭ରୁ ଏହି ଯୋଜନା ଆରମ୍ଭ ହୋଇଥିଲା । ଦୀର୍ଘ ୩ବର୍ଷ ପରେ ଚଳିତ ମାସରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନକୁ ୪ଟି ଆନାକୋଣ୍ଡା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଏହାସହ ମଧ୍ୟ ଏକ ହଳ ନିଅହର୍ଣ୍ଣ କୁମ୍ଭୀର ଚେନ୍ନାଇରୁ ଆଣାଯିବ। ନନ୍ଦନକାନନରେ ଥିବା ସରୀସୃପ ପାର୍କ ଭିତରେ ଏମାନଙ୍କୁ ରଖାଯିବ । ଏମାନଙ୍କ ମଧ୍ୟରୁ ହଳଦୀ ରଙ୍ଗ ଆନାକୋଣ୍ଡା ଦେଖିବାକୁ ବେଶୀ ଆକର୍ଷଣୀୟ । ଏମାନଙ୍କ ଲମ୍ବ ପ୍ରାୟ ୩୦ଫୁଟ ପର୍ୟ୍ୟନ୍ତ ବୃଦ୍ଧି ପାଇଥାଏ । ସର୍ବ।ଧିକ ୩୫୦ପାଉଣ୍ଡ ପର୍ୟନ୍ତ ଏମାନଙ୍କ ଓଜନ ହୋଇଥାଏ । ଏମାନେ ସାଧାରଣତଃ ଦକ୍ଷିଣ ଆମେରିକା, ପାରାଗୁଏ, ଦକ୍ଷିଣ ବ୍ରାଜିଲ , ବଲଭିୟା ଆଦି ଦେଶମାନଙ୍କରେ ଦେଖା ଯାଆନ୍ତି ।
ଚେନ୍ନାଇ କ୍ରୋକୋଡାଇଲ ବ୍ୟାଙ୍କ ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ଏହାକୁ ନେଇ ନନ୍ଦନକାନନ କତୃପକ୍ଷ ଯତେିକି ବ୍ୟସ୍ତ ଦର୍ଶକ ମଧ୍ୟ ସେତିକି ଉତ୍ସାହିତ ।