ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ-୨ ନେତୃତ୍ୱ ଦୁଇ ମହିଳା ବୈଜ୍ଞାନିକ ହାତରେ ରହିବ । ଇସ୍ରୋର ଆନ୍ତରିକ୍ଷ ମିଶନରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି । ଏଥିରେ ବନିଥା ମୁଥ୍ୟାୟା ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ଏବଂ ରିତୁ କରିଢାଲ ମିଶନ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି । ଦୁଇ ମହିଳାଙ୍କ ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।
ଇସ୍ରୋ ଅନୁଯାୟୀ ଚନ୍ଦ୍ରଯାନ ୨ କୁ ସମ୍ଭବ କରୁଥିବା ଷ୍ଟାଫ୍ ମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳା ଅଛନ୍ତି । ଯଦି ସବୁକିଛି ଠିକ୍ ଠାକ୍ ରହିଲା ତେବେ ଚନ୍ଦ୍ରଯାନ ୨ ଦୁନିଆର ପ୍ରଥମ ଏଭଳି ମିଶନ ହେବ ଯାହା ଚନ୍ଦ୍ରର ଦକ୍ଷୀଣ ଭାଗରେ ଓହ୍ଲାଇବ । ଏହା ଏଭଳି ଏକ ଅନ୍ଧାରୁଆ ସ୍ଥାନ ଯେଉଁଠିକୁ କୌଣସି ଦେଶ ଓହ୍ଲାଇବା ପାଇଁ ସାହାସ କରନ୍ତି ନାହିଁ ।
ସୂଚନାଯୋଗ୍ୟ,ଆଜି ଯିବ ଚନ୍ଦ୍ରୟାନ-୨ । ଅପରାହ୍ଣ ୨ଟା ୪୩ରେ ଉତକ୍ଷେପଣ କରାଯିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨। ଆନ୍ଦ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓନ କ୍ରେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍ଏଲଭି ର୍ମାକ-୩ ଚନ୍ଦ୍ରୟାନ-୨ ଧରି ମହାକାଶକୁ ଯାତ୍ରାକରିବ । ଏହି ମିଶନକୁ ସୋମବାର ସଫଳ ରୂପ ଦେବାକୁ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଯାନ୍ତ୍ରିକ ତୃଟି ଯୋଗୁଁ ଏହି କାର୍ୟ୍ୟକ୍ରମକୁ ଜୁଲାଇ ୧୫ରେ ସ୍ଥଗିତ କରି ଦିଆଯାଇଥିଲା ।