ବିଶାଖାପାଟଣା (ଏଟିଆର ବ୍ୟୁରୋ) ; ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚରେ ଇଣ୍ଡିଜକୁ ଧୂଳି ଛଟାଇ ଭାରତ ୧-୦ରେ ଆଗୁଆ ଅଛି । ପ୍ରଥମ ମ୍ୟାଚର ପରାଜୟର ପ୍ରତିଶୋଧ ଲକ୍ଷରେ ପଡିଆକୁ ଓହ୍ଲାଇବ ଇଣ୍ଡିଜ । ସେପଟେ ଭାରତୀୟ ଦଳର ଖେଳାଳି ମାନେ ଦମଦାର ଫର୍ମରେ ରହିଛନ୍ତି । ଭାରତ ନିଜର ୧୨ ଜଣିଆ ସାମ୍ଭବ୍ୟ ଦଳ ଘୋଷଣା କରିଛି । ୧୨ତମ ଖେଳାଳି ଭାବେ ବାମ ହାତି ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି ।
ଭାରତର ଆଜିର ମ୍ୟାଚ୍ ଖାସ୍ ରହିଛି । କାରଣ ୯୫୦ତମ ଦିନିକିଆ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଚତ୍ମକାର ଫର୍ମରେ ଥିବା ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ବଳରେ ଦ୍ଵିତୀୟ ଦିନିକିଆରେ ଭାରତ ନିଜର ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଯଦି ଏହି ମ୍ୟାଚରେ ୮୧ ରନ୍ କରନ୍ତି ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ସବୁଠୁ କମ୍ ପାଳିରେ ୧୦ ହଜାର ରନ୍ ପୂରା କରିବାର ବିଶ୍ଵ ରେକର୍ଡ ସ୍ଥାପନ କରିବେ । ତେନ୍ଦୁଲକର ୨୫୯ଟି ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୨୦୪ ଇନିଂସରୁ ୯୯୧୯ ରନ୍ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024