ଭୁବନେଶ୍ୱର(ଏଟିଆର ବ୍ୟୁରୋ):କିଛି ସପ୍ତାହ ମଧ୍ୟରେ କୋଭାକ୍ସିନର ୧ଲକ୍ଷ ୪୯ ହଜାର ୭୬୦ ଟି ହୋଜ ରାଜ୍ୟକୁ ଆସି ପହଞ୍ଚିବ । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ ।ରାଜ୍ୟରେ ସୋମବାର , ଗୁରୁବାର ଓ ଶନିବାର ଟିକାଦିଆଯିବ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଇଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି ।
ମଙ୍ଗଳବାର , ବୁଧବାର ,ଶୁକ୍ରବାର ଓ ରବିବାର ଟିକାକରଣ ବନ୍ଦ ରହିବ । ସେହିପରି ମେଡିକାଲ କଲେଜରେ ଛୁଟି ଦିନ ଛାଡି ଅନ୍ୟ ସବୁଦିନ ଟିକା ଦିଆଯିବ । ଗତକାଲି ୪୩୬ ସେସନରେ ୪୪୮୮୦ ଟିକାକରଣ ହୋଇଛି । ସର୍ବାଧିକ ୧୨୧ ପ୍ରତିଶତ ଟିକାକରଣ ହୋଇଛି ।
୧୬ ରୁ ୨୨ ତାରିଖ ମଧ୍ୟରେ ୧,୧୩,୬୨୩ ଟିକାକରଣ ହୋଇଛି । ଶୁକ୍ରବାର ୧୩୭ ଟି କେନ୍ଦ୍ରରେ ଟିକାକରଣ କରାଯାଇଛି । ୮ଟି ଜିଲ୍ଲା ଏବଂ ଭୁବେନଶ୍ବରରେ ଟିକାକରଣ ବନ୍ଦ ରହିବ ।