ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଚାରର ଶେଷ ଦିନ ରହିଛି । ପ୍ରଚାରର ଶେଷ ଦି ହୋଇଥିବାରୁ ସୁଯୋଗକୁ କେହି ହାତଛଡା କରିବାକୁ ଚାହିୁଁନାହାନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତା ୧୧ ତାରିଖରେ ହେବ । େଓତି ପାଇଁ ବିଜେଡି, କଂଗ୍ରେସ, ବିଜେପି ସମେତ ସ୍ୱାଧୀନ ପ୍ରାର୍ଥୀ ମାନେ ଜୋରଦାର ପ୍ରଚାର କରୁଛନ୍ତି । ସନ୍ଧ୍ୟା୫ ଟାରେ ପ୍ରଚାରର ଶେଷ ସମୟ ଧାର୍ଯ୍ୟ ହୋଇ ଥିବାରୁ ବାକି ଥିବା ଲୋକଙ୍କ ଭୋଟରଙ୍କ ପାଖରେ କେମିତି ପହଞ୍ଚିବେ ତାକୁ ନେଇ ଚାଲିଛି କଷରତ ।
ଆଜି ପ୍ରଚାରରେ ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀରେ ପ୍ରଚାର କରିବାକୁ ଆସୁଥିବା ବେଳେ ନବୀନ ଏକା ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଆସନ୍ତା ୧୧ ତାରିଖରେ ୪ ଟି ଲୋକ ସଭା ଓ ୨୮ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଲୋକ ସଭା ଆସନ ସହିତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ନିର୍ବାଚନରେ ୨୮ ସାଂସଦ ଓ ୨୦୩ ବିଧାୟକ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା କରାଯିବ ।
ସେହିଭଳି ଆଜି ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରୁ ନାମାଙ୍କନ ଶେଷ ଦିନରେ ନାମାଙ୍କନ କରିବେ ପ୍ରାର୍ଥୀ । ସେହିଭଳି ଆଜି ଜଗତସିଂହପୁରରୁ ଜଣେ ବିଜେଡିର ଜଗତସିଂହପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ଜଣେ କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକ ନାମାଙ୍କନ କରିବାର କାର୍ଯ୍ୟକ୍ରମ ରହିଛି ସେହିଭଳି କେନ୍ଦ୍ରାପଡାରୁ ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତ ି ଓ ବିଧାୟକ ପ୍ରାର୍ଥୀ ଶଶିଭୂଷଣ ବେହେରା ନାମାଙ୍କନ ଭରିବେ ।