କେନ୍ଦୁଝର (ଏଟିଆର ବ୍ୟୁରୋ ) ; ପୁଅ ନୁହେଁ ଦାନବ । ବାପାର ହତ୍ୟାକାରୀ ସାଜିଲା ପୁଅ । । ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗ୍ରାମରେ । ମୃତକ ଜଣକ ହେଲେ ଗୋହିଟାଙ୍ଗିରି ଗ୍ରାମର ରବି ନାଏକ । ସୂଚନା ଅନୁଯାୟୀ ଗତକାଲି ରାତିରେ ରବି ନାୟକଙ୍କ ପୁଅ ରସାନନ୍ଦ ନାଏକ ମଦ ପିଇ ଘରକୁ ଅସିଥିଲେ । ତେବେ ପୁଅ ରସାନନ୍ଦ ଙ୍କ ସହ ତାଙ୍କ ସାଙ୍ଗ ଦୁର୍ଲଭ ନାଏକ ମଧ୍ୟ ଥିଲେ । କୈାଣସି କାରଣରୁ ରବି ଙ୍କ ସହ ପୁଅ ରସାନନ୍ଦର ଝଗଡା ହୋଇଥିଲା । ପରେ ଝଗଡାରେ ଉତ୍କ୍ଷିପ୍ତ ହୋଇ ରସାନନ୍ଦ ନିଜ ବାପାଙ୍କୁ ଏକ ଠେଙ୍ଗାରେ ଆଘାତ କରିଥିଲେ । ତେବେ ଘଟଣା ସ୍ଥଳେ ରବି ନାଏକ ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଆଜି ସକାଳୁ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ପୁଅ ରସାନନ୍ଦ ଓ ତାଙ୍କ ସାଙ୍ଗ ଦୁର୍ଲଭକୁ ଅଟକ ରଖି ପଚରାଉଚରା କରୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024