ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜରାସ୍ତାରେ ଶିକ୍ଷକ ଓ ଅଧ୍ୟାପକ । ଅହୋରାତ୍ର ଧାରଣାରେ ରାଜ୍ୟର ଶହ ଶହ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜି ଛକ ନିକଟରେ ବ୍ଲକଗ୍ରାଣ୍ଡ ଉଚ୍ଛେଦ ଓ ପୁର୍ଣ୍ଣ ଅନୁଦାନ ଦାବି ନେଇ ରାଜ୍ୟ ର ବିଭିନ୍ନ ସ୍କୁଲ କଲେଜ ର ଶିକ୍ଷକ ଏବଂ ଅଧ୍ୟାପକ ମାନେ ଧାରଣା ଦେଇଛନ୍ତି । ଯେତେବେଳ ଯାଏଁ ସେମାନଙ୍କର ଦାବି ପୂରଣ ନ ହୋଇଛି ସେତେବେଳ ଯାଏଁ ସେମାନେ ଧାରଣା ରେ ବସିରହିବେ ବୋଲି ସଂଘ ପକ୍ଷରୁ ନିଷ୍ପତି ହୋଇଥିବା ଜଣାପଡିଛି । ତେବେ ଏନେଇ ଗତକାଲି ରାଜ୍ୟ ସରକାରଙ୍କ ଏକ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା କିନ୍ତୁ ଶେଷରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେବେ ଖୁବଶୀଘ୍ର ଆଉ ଏକ ମନ୍ତ୍ରୀ ସ୍ତରୀୟ ବୈଠକ କରାଯାଇ ଶିକ୍ଷକ ମାନଙ୍କ ଦାବି ଉପରେ ଆଲୋଚନା ହେବ ବୋଲି ଜଣା ପଡିଛି । ଅନ୍ୟପଟେ ଶିକ୍ଷକ ମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସେମାନଙ୍କର ଦାବି ପୂରଣ ନ ହେଲେ ଆଯାମି ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ଶିକ୍ଷକ ସଂଘ । ଏହାସହ ଗାଁ ଠୁଁ ସହର ସବୁଠି ଆନ୍ଦୋଳନ କରାଯିବା ସହ ଗ୍ରାମରେ ସମାବେଶ କରିବାକୁ ଚେତାବନୀ ଦେଇଛି ସଂଘ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024