କଟକ ( ଏଟିଆର ବ୍ୟୁରୋ): କଟକରୁ ଚିହ୍ନଟ ହେଲେ ଆଉ ୪ କରୋନା ପଜିଟିଭ । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ୪ ପଜିଟିଭ ଚିହ୍ନଟ ହେବା ପରେ ଏବେ କଟକରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୫ ରେ ପହଞ୍ଚିଛି । ସେଥିମଧ୍ୟରୁ ମୋଟ ୧୩୪ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି କଟକରେ ଏଯାବତ ୭ ଜଣଙ୍କର ମୃତ୍ୟୁ ହୋଇଛି ।
#COVID19 update in Cuttack city (CMC area)
Out of the 16 new COVID-19 positive cases reported today in #Cuttack district, 04 positive cases belong to Cuttack city (CMC area).
Active surveillance, contact tracing, and sanitization of the concerned areas are underway. pic.twitter.com/WDaB52TLz6
— CMC,Cuttack (@CMCCuttack) July 15, 2020
ଏବେ ୧୫୪ ଟି ସଂକ୍ରିୟ ମାମଲା ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂତନ ୪ ପଜିଟିଭଙ୍କ ମଧ୍ୟରୁ ଇନଷ୍ଟ୍ୟୁଚନାଲ ନ୍ୟାସନାଲ କ୍ୱାରେଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ଘରୋଇ ସଂଘରୋଧ କେନ୍ଦ୍ର ଓ ଜଣେ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ମହିଳା, ଜଣେ ୩୪ ବର୍ଷର ପୁରୁଷ ଏବଂ ଆଉ ୨ ଜଣ ଯାଥାକ୍ରମରେ ୩୬ ଓ ୪୬ ବର୍ଷର ପୁରୁଷ ରହଛନ୍ତି ।