ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ତୁମ୍ବି ତୋଫାନ । ଯାହାଙ୍କୁ ଟିକେଟ ମିଳିବା ଆଶା କରାଯାଉଥିଲା ତାଙ୍କୁ ବୟକଟ କରିଛି ଦଳ ଆଉ ନୂଆ ମୁହଁଙ୍କ ଉପରେ କୃପା ଦୃଷ୍ଟି ପକାଇଛନ୍ତି ନବୀନ । ଯାହାର ଜ୍ୱଳନ୍ତ ଉଦାହରଣ ସାଂସଦ ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଭଲ ଲୋକ ପ୍ରିୟତା ଥିବା ସତ୍ତେ୍ୱ ମଧ୍ୟ ତାଙ୍କ ଜାଗା ନେଇଛନ୍ତି ଅଚ୍ୟୁତ ସାମନ୍ତ ।
କିଟ୍ ଏବଂ କିସ୍ ମାଲିକ ଅଚ୍ୟୁତ ସାମନ୍ତ । ୨୫ ହଜାରରୁ ଅଧିକ ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷାଦାନ ଏବଂ ଖାଇବା ଦେଉଛନ୍ତି ଅଚ୍ୟୁତ । ତେବେ ମାଗଣାରେ ଆଦିବାସୀ ପିଲାଙ୍କୁ ରହିବା,ଖାଇବା ଏବଂ ଶିକ୍ଷା ମିଳୁଥିବାରୁ ଆଦିବାସୀମାନେ ଅଚ୍ୟୁନ୍ତଙ୍କୁ ଭଗବାନ ବୋଲି ମାନୁଛନ୍ତି । ତେବେ କନ୍ଧମାଳ ଅଞ୍ଚଳରୁ ଅଧିକ ଛାତ୍ର ଛାତ୍ରୀ କିଟରେ ଆସି ପାଠ ପଢ଼ୁଥିବାରୁ ଏହାର ଫାଇଦା ଦେଇ ବିଜେଡି ତାଙ୍କୁ ଟିକେଟ ଦେଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ଅଚ୍ୟୁତଙ୍କ କନ୍ଧମାଳ ଲୋକସଭା ଆସନ ଟିକେଟ ପାଇବା ପଛରେ ଏଭଳି ସାଙ୍ଘାତିକ ସତ୍ୟ ଲୁଚି ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରାଜ୍ୟର ଆଦିବାସୀ ଅଞ୍ଚଳ କୁହାଯାଉଥିବା କନ୍ଦମାଳ ଅଞ୍ଚଳରୁ ଅଧିକାଂଶ ଆଦିବାସୀ ପିଲା ଆସି କିଟରେ ପାଠ ପଢ଼ୁଛନ୍ତି । ଏଣୁ ସେମାନଙ୍କ ଭୋଟ ବ୍ୟାଙ୍କ ହାତେଇବା ବିଜେଡି ଅଚ୍ୟୁନ୍ତଙ୍କୁ ଅସ୍ତ୍ର କରି କନ୍ଧମାଳରେ ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ ହେମେନ୍ଦ୍ର ସିଂହଙ୍କୁ ବିଜେଡିରେ ମିଶାଇବା ପରେ କନ୍ଧମାଳରେ ରୁଦ୍ରମାଧବ ରାୟଙ୍କୁ ଧୋକା ଦେଇ ବିଜେଡି ଟିକେଟ ଦେଇନଥିଲା । ଫଳରେ ବିଜେଡି ଟିକେଟ ପାଇଁ ହେମେନ୍ଦ୍ର ଜିତିବାର କିଛିଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା । ପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ସ୍ୱାମୀଙ୍କ ଅଧୁରା ସ୍ପପ୍ନକୁ ପୂରଣ କରିବା ପାଇଁ ମନ ପ୍ରାଣ ଦେଇ କନ୍ଧମାଳରେ କାମ କରି ଲୋକ ସମ୍ପର୍କ ଭଲ ରଖିଥିବା ବେଳେ ଏବେ ନିଜର ସ୍ୱାର୍ଥ ପାଇଁ ତାଙ୍କୁ ବଳି ପକାଇ ଅଚ୍ୟୁନ୍ତଙ୍କୁ ଟିକେଟ ଦେଇଛି ଦଳ । କିନ୍ତୁ ଆଗାମି ଦିନରେ କନ୍ଧମାଳ ଜନତା ନୂଆ ନେତାଙ୍କୁ କିପରି ଗ୍ରହଣ କରୁଛନ୍ତି ତାଉପରେ ସମସ୍ତଙ୍କ ନଜର ।
ସ୍ତଙ୍କ ନଜର ।