ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ଏବେ ୨ ହଜାର ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୩୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 10
7. Cuttack: 297
8. Deogarh: 5
9. Dhenkanal: 44
10. Gajapati: 5
11. Ganjam: 13
12. Jagatsinghpur: 89
13. Jajpur: 141
14. Jharsuguda: 10
15. Kalahandi: 8
16. Kandhamal: 13
17. Kendrapada: 29
18. Keonjhar: 35
19. Khurda: 322
20. Koraput: 31
21. Malkangiri: 42— I & PR Department, Odisha (@IPR_Odisha) July 12, 2021
22. Mayurbhanj: 110
23. Nawarangpur: 15
24. Nayagarh: 78
25. Nuapada: 6
26. Puri: 144
27. Rayagada: 24
28. Sambalpur: 14
29. Sonepur: 17
30. Sundargarh: 75
31. State Pool: 59New recoveries: 2824
Cumulative tested: 14641241
Positive: 941745
Recovered: 912463
Active cases: 24567— I & PR Department, Odisha (@IPR_Odisha) July 12, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୮୨୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୧୭୪୫ ରହିଥିବା ବେଳେ ଏହି ରୋଗରୁ ୯୧୨୪୬୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୪୫୬୭ ଜଣ ଚିକିତ୍ସିତ ହେଉଛନ୍ତି ।