ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ଘରର ଖାଦ୍ୟ ସମସ୍ତଙ୍କୁ ପଛରେ ପକାଇ ଦେବ । ଆପଣ ତେଣିକି ପଞ୍ଚତାରକା ହୋଟେଲରେ ଖାଆନ୍ତୁନା କାହିଁକି । ସେ ସମସ୍ତ ଖାଦ୍ୟ ଓଡିଆ ଘରର ଖାଦ୍ୟ ଆଗରେ ଫିକା ପଡି ଯିବ । ଓଡିଆଙ୍କ ଖାଦ୍ୟ ମଧ୍ୟରୁ ପଖାଳ ସ୍ୱତନ୍ତ୍ର । ଏହାସାଙ୍ଗକୁ ଓଡିଆଙ୍କ ପ୍ରିୟ ହେଉଛି ପଖାଳ । ଖରାଦିନ ଆରମ୍ଭ ହେବା ମାତ୍ରେ ଏହି ପାଖଳର ମଜା ଉଠାଇଥାନ୍ତି ଲୋକେ । ଉଦୁଉଦିଆ ଖରାରେ ପଖାଳ ମୁଠେ ପେଟରେ ପଡିଗଲା ମାତ୍ରେ ପେଟ ପୂରା ଥଣ୍ଡା ହୋଇଥାଏ । ଏହି ପଖାଳକୁ ନେଇ ଗତ କିଛି ବର୍ଷ ପୂର୍ବେ ସାମାଜିକ ଗଣମାଧ୍ୟମରେ ଏତେ ଚର୍ଚ୍ଚା ହେଲା ଯେ, ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ପାଖଳ ଦିବସ ଭାବେ ପାଳନ ହୋଇ ଆସୁଛି । ଏହି ଦିବସ କେବଳ ଓଡିଶାରେ ନୁହେଁ ସେବେଠାରୁ ବିଶ୍ୱ ପଖାଳ ଦିବସ ପାଳିତ ହେଉଛି । ବିଦେଶରେ ଥିବା ଓଡିଆ ପରିବାର ମଧ୍ୟ ଏହି ଦିବସକୁ ପାଳନ କରୁଛନ୍ତିି ।
ପୂର୍ବରୁ ପଖାଳ କଂସା କେବଳ ଗରିବଙ୍କ ଖାଦ୍ୟ ଥିଲା । କିନ୍ତୁ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ପଖାଳ । ଓଡିଆ ଖାଦ୍ୟ ତାଲିକାରେ ପଖାଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏବେ ଖରା ସାଙ୍ଗକୁ ପଖାଳର ମଜା ଉଠାଉଛନ୍ତି ଲୋକେ । ପ୍ରତ୍ୟେକ ଘରେ ଘରେ ପଖାଳ କଂସା ଖୋଜା ହେଉଛି । କେବଳ ଘରେ ତ ନୁହେଁ ଢାବା, ରେଷ୍ଟୁରାଣ୍ଟ, ଏବଂ ପଞ୍ଚତାରକା ହୋଟେଲରେ ମେନୁ ରେ ବି ପଖାଳ ରହିଛି । ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପଖାଳ ପ୍ରସ୍ତୁ ହେଉଛି । କିଏ ପଖାଳରେ ଦହି ଛୁଙ୍କ ଦେଉଛି ତ ଆଉ କିଏ ଆମ୍ବକଷିଆ ଅଦା ଛୁଙ୍କ । ଏହାସହିତ ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା, ବାଇଗଣ ପୋଡା, ବଡିଚୂରା, କଲରା ଭଜା, ମଛା ଭଜା,ଟମାଟ ଚକଟା, ଆଦି ବିଭିନ୍ନ ପ୍ରକାରର ଖାଦ୍ୟ । ଏହି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଏବେ ରାଜଧାନୀର ହୋଟେଲ ମାନଙ୍କରେ ବେଶ୍ ଭିଡ ଜମୁଛି । ଏହି ପଖାଳ ଶରୀର ପାଇଁ ସ୍ୱସ୍ଥ୍ୟପ୍ରଦ । ଯେତେ ପ୍ରକାରର ଫାଷ୍ଟଫୁଡ, ଚାଇନିଜ୍ ଫୁଡ୍ ଏବଂ ଅନ୍ୟାନ୍ୟ ଫଉଡତ ଖାଅ କିନ୍ତୁ ପକାଳ ଆଗରେ ସବୁକିଛି ଫିକା । ଏହି ସ୍ୱାଦିଷ୍ଟ ଖାଦ୍ୟକୁ କେବେ ବି ଲୋକେ ଭୁଲି ପାରିବେ ନାହିଁ ।