ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ପରଲୋକ ଘଟିଛି । ସୋନି ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ । ମୃତ୍ୟୁ ବେଳକୁ ସୋନି ମେହେଟ୍ଟାଙ୍କୁ ୭୬ ବର୍ଷ ହୋଇଥିଲା । ସୋନି ମେହେଟ୍ଟାଙ୍କ ମୃତ୍ୟୁର ସୂଚନା ଟ୍ୱଟି ମଧ୍ୟମରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
I am deeply grieved by the passing away of my brother in law Sonny Mehta ( Husband of my sister Gita Mehta). He was one of the world's best editors and an extremely civilized person. May his soul rest in peace.
— Naveen Patnaik (@Naveen_Odisha) December 31, 2019
ମୁଖ୍ୟମନ୍ତ୍ରୀ ଭିଣୋଇଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋନି ମେହେଟ୍ଟା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନିଜ ଶୋକ ବାର୍ତ୍ତାରେ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।