ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନକୁ ଦିନ ବିଜେପିରେ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଜେଡି ଟିକେଟ ରେସରୁ କଟିବା ପରେ ବହୁ ନେତା ବିଜେପି ମୁହାଁ ହେବାରେ ଲାଗିଛନ୍ତି । ତେବେ ଆଜି ଜଣେ ବରିଷ୍ଟ ବିଜେଡି ନେତାଙ୍କ ପୁଅ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ପ୍ରସାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ପଦ୍ମ ପୋଖରୀରେ ଡୁବିଥିବା ଦେଖିବାକୁ ମିଳିଛି । ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଗଠନ ଦୃଢ଼ କରିଥିବା ରିଷଭଙ୍କୁ ଦଳୀୟ ଟିକେଟ ମିଳିବନି ବୋଲି ଶୁଣିବାପରେ ସେ ବିଜେଡିକୁ ବାଏ ବାଏ କହି ବିଜେପି ମୁହାଁ ହୋଇଥିବା ଶୁଣିବାକୁ ମିଳିଛି । ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,ଧମେନ୍ଦ୍ର ପ୍ରଧାନ ଏବଂ କନକ ବର୍ଦ୍ଧନ ସିଂହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ପ୍ରସାନ୍ତ ଜଗଦେବ ୨୦୧୪ ନିର୍ବାଚନରେ ଏଠାରେ ବିଜେଡି ଟିକେଟରେ ବିଜୟ ହୋଇଥିଲେ । କିନ୍ତୁ ନିକଟରେ ତାଙ୍କ ବିରୋଧରେ ବେଗୁନିଆ ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ । ଏଣୁ ଦଳୀୟ କନ୍ଦଳ କାରଣରୁ ରିଷଭ ଟିକେଟ ପାଇବା ନିଶ୍ଚିନ୍ତ ହୋଇଥିଲେ । କିନ୍ତୁ ନିକଟରେ କିନ୍ନର ସଭାପତି ମୀରା ପରିଡା ବିଜେଡିରେ ଯୋଗ ଦେବା ପରେ ସେ ବିଜେଡି ଟିକେଟ ରେସରେ ରହିଛନ୍ତି । ତେବେ ନିର୍ବାଚନ ମଣ୍ଡଳୀରେ ଚାରିଜଣ ଟିକେଟ ରେସରେ ରହିଥିବାରୁ ରିଷଭ ପଛରେ ପଡିଯାଇଥିଲେ ବୋଲି ଶୁଣିବାକୁ ମିଳିଛି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବାରୁ ଦଳୀୟ ଟିକେଟ ଆଶାରେ ମିଶିଥିବା ଶୁଣିବାକୁ ମିଳିଛି । ତେବେ ସେ ବିଜେପିରେ ଯୋଗ ଦେବା ପରେ ବେଗୁନିଆରେ ବିଜେପି ଆହରୁ ଶକ୍ତିଶାଳି ହୋଇଯିବ ବୋଲି ଅନୁମାନ କରାଯାଇଛି ।