ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପ୍ରଥମ ଲୋକପାଳ ଭାବେ ଶନିବାର ଶପଥ ନେଇଛନ୍ତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ, ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଏବଂ ଭାରତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ପ୍ରମୁଖ ଉପସ୍ଥିତ ଥିଲେ ।
ଜଷ୍ଟିସ୍ ଘୋଷ ଉଚ୍ଚତମ ନ୍ୟାୟାଳୟର ଜଜ୍ ମଧ୍ୟ ରହି ସାରିଛନ୍ତି । ଏହାସହିତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ଜଷ୍ଟିସ ଦାୟିତ୍ୱ ମଧ୍ୟ ବହନ କରିଛନ୍ତି । ଏହାବ୍ୟତିତ ସେ ରାଷ୍ଟ୍ରୀୟ ମାନବଧିକାର ସଦସ୍ୟ ମଧ୍ୟ ଥିଲେ ।
ସେ ତାଙ୍କ ସୁପ୍ରିମ କୋର୍ଟ କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହାସହିତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିବା ଜୟଲଳିତାଙ୍କ ଘନିଷ୍ଠ ଶସିକଳାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ କଠିନ ଦଣ୍ଡ ଶୁଣାଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ।
ଦେଶର ପ୍ରଥମ ଲୋକପାଳ ଭାବେ ମଙ୍ଗଳବାର ଜଷ୍ଟିସ୍ ଘୋଷଙ୍କ ନାମ ଘୋଷଣା କରାଯାଇଥିଲା ।