ମୋହନା (ଏଟିଆର ବ୍ୟୁରୋ); ସବୁଠି ଚାଲିଛି ନିର୍ବାଚନୀ ତାତି । କିଏ ଦଳ ଛାଡି ଅନ୍ୟ ଦଳରେ ମିଶୁଛି ତ ଆଉ କିଏ ଦଳରୁ ତଡା ଖାଉଛି । ତେବେ ଏହି ଦଳଛଡାକୁ ନେଇ ସବୁଠି ଆରମ୍ଭ ହେଉଛି ଛକାପଞ୍ଝା । କେଉଁଠି ନେତାଙ୍କ ପୋଷ୍ଟର ପୋଡା ହେଉଛି ତ ଆଉ କେଉଁଠି ଦଳୀୟ କନ୍ଦଳ । ମୋହନା ନିର୍ବାଚନ ମଣ୍ଡଳୀରେ ଦଳ ପରିବର୍ତ୍ତନକୁ ନେଇ ବିଧାୟିକାଙ୍କ ପୋଷ୍ଟର ପୋଡିଛନ୍ତି ସ୍ଥାନୀୟ ଲୋକ । ଯାହାକୁ ନେଇ ନିର୍ବାଚନ ମଣ୍ଡଳୀରେ ଦେଖା ଦେଇଛି ଅସନ୍ତୋଷ । ବିଜେଡିରେ ଟିକେଟ ନଦେବାରୁ ମୋହନା ବିଧାୟିକାଙ୍କ ପୋଷ୍ଟେର ପୋଡିଛନ୍ତି ଦଳୀୟ କର୍ମୀ ।
ବିଜେଡି ଟିକେଟ ପାଇ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ ବାସନ୍ତୀ ମଲ୍ଲିକ । ତେବେ ତାଙ୍କୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନଦେବା ସେ ବିଜେଡିକୁ ବାଏ ବାଏ କହିଥିଲେ । ପରେ ଯାଇ ବିଜେପିରେ ଯୋଗ ଦେଇଥିଲେ ବାସନ୍ତୀ । ବିଜେପିରେ ଯୋଗ ଦେବାପରେ ରାଗିପାଚି ଲାଲ ପଡିଯାଇଥିଲେ ବିଜେଡି କର୍ମୀ । ଦଳ ତାଙ୍କ ପାଇ ବହୁତ କିଛି କରିଥିଲେ ସୁଦ୍ଧା ସେ ଅଚାନକ ଦଳ ଛାଡିବାରୁ ରାଗିଯାଇ ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ଜନତା ପୋଷ୍ଟର ପୋଡିଥିଲେ । ଅପରପକ୍ଷରେ ବିଜେଡିର ଏଭଳି କାମକୂ ନିନ୍ଦାକରିଛି ବିଜେପି ।