ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଷୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ‘କାଳିଆ’ ଯୋଜନା । ତେବେ ଏହି ଯୋଜନା ସବୁ ଚାଷୀଙ୍କ ପହଁଞ୍ଚି ପାରିନାହିଁ । କେବଳ ଦଳୀୟ କର୍ମୀଙ୍କୁ ଏହି ଟଙ୍କା ମିଳିଛି ବୋଲି ଅଭିଯୋଗ କରୁଛନ୍ତି ଜନତା । ଏଣୁ କେତେକ ଲୋକ କାଳିଆ ଟଙ୍କା ପାଇନଥିବାରୁ ବିଜେଡି ଉପରେ ବିତୃଷ୍ଣା ଭବ ପ୍ରକାଶ କରିଛନ୍ତି । ଯେଉଁ କାରଣରୁ ସେମାନେ ଚଳିତ ନିର୍ବାଚନରେ ବିଜେଡି ଉପରୁ ମୁହଁ ଆଡେଇ ନେବେ ବୋଲି ଚର୍ଚ୍ଚା ହେଉଛି । କେତେକ ଚାଷୀ ସିଧାସଳଖ ଭାବରେ କହୁଛନ୍ତି କି ଯାହାର ଆକାଉଣ୍ଟକୁ କାଳିଆ ଟଙ୍କା ଆସିଛି ସେ ହିଁ ଭୋଟ ଦେବ । ଅନ୍ୟ କେହିବି ଦେବେ ନାହିଁ ବୋଲି ସିଧା ଧମକ ଦେଉଛନ୍ତି । ତେବେ କାଳିଆ ବିଜେପି ପାଇଁ ଅଳିଆ ହୋଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ।
କାଳିଆ ଯୋଜନା ଘୋଷଣା ହେବା ପରଠାରୁ ବିରୋଧୀମାନେ ଏହାକୁ କଡା ସମାଲୋଚନା କରିଥିଲେ । କେଉଁଠି ଜଣଙ୍କ ଆକାଉଣ୍ଟକୁ ବାରମ୍ବାର ଆସିଥିବା ବେଳେ ଆଉ କେଉଁଠି ଜମା ଟଙ୍କା ଆସିନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ପ୍ରକୃତ ଚାଷୀ ଏହି ଯୋଜନାରୁ ବାହାରେ ରହିଥିବା ବେଳେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ନୁହେଁ ସେମାନଙ୍କ ଆକାଉଣ୍ଟକୁ ବାରମ୍ବାର ଟଙ୍କା ଆସୁଥିବା ଅଭିଯୋଗ ହୋଇଛି । ତେବେ ପୂର୍ବରୁ ଏଟିଆର ନ୍ୟୁଜ୍ ମଧ୍ୟ ଏହାର ଖୁଲାସା କରିଥିବା ଦେଖିବାକୁ ମିଳିଛିଥିଲା । ଖେର୍ଦ୍ଧାରେ ଜଣେ ମହିଳାଙ୍କ ଆକାଉଣ୍ଟକୁ ବାରମ୍ବାର କାଳିଆ ଯୋଜନା ଟଙ୍କା ଆସିଥିଲା ।