ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦୁଇ ବରିଷ୍ଠ ନେତା ପୁଣିଥରେ ଅଡୁଆ ସୁତାରେ ବାନ୍ଧି ହୋଇ ଯାଇଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଅତନୁ ସବ୍ୟଚଚୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡିଶାରେ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଏହି ଦୁଇ ନେତା ପୂର୍ବରୁ ଥାନାକୁ ଯାଇଥିଲେ । ଏବଂ ସିବିଆଇ ମଧ୍ୟ ତଦନ୍ତ କରିଥିଲା । ତେବେ ଦୀର୍ଘ ଦିନ ପରେ ପୁଣିଥରେ ସିବିଆଇ ରିଟର୍ଣ୍ଣ କରିଛି । ଏହି ଦୁଇ ନେତାଙ୍କ ପାଖକୁ ନୋଟିସ ପଠାଇଛି । ଏ ନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ଦୀର୍ଘଦିନ ନିରବ ରହିବା ପରେ ସିବିଆଇ ପୁଣି ଥରେ ଲେଉଟିଥିବାରୁ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଲେଉଟାଣି ହୋଇଛି । ସେପଟେ ଏହି ଚିଟଫଣ୍ଡ ମାମଲାରେ ଶାସକ ଦଳର ବହୁ ବିଧାୟକ ଜେଲ ଯାଇ ବେଲରେ ମଧ୍ୟ ଆସିଛନ୍ତି । ଏଣୁ ପୁଣି ଥରେ ସିବିଆଇର ଲେଉଟାଣି ୨୦୧୯ ସାଧାରଣ ନିର୍ବାଚନରେ ଫରକ ପକାଇ ପାରେ! ଶାସକ ଦଳର ତୁଙ୍ଗ ନେତାଙ୍କ ନାଁରେ ଯଦି ମାମଲା ରୁଜୁ ହୁଏ ଏବଂ ଜେରା ହୁଏ ତେବେ ସେମାନଙ୍କର ମାନ ସମ୍ମାନ ହାନି ହେବ । ଏବଂ ନିର୍ବାଚନ ସମୟରେ ଭୋଟରଙ୍କ ମନ ପରିବର୍ତ୍ତନ ହେବ ବୋଲି ଲୋକ କହୁଛନ୍ତି ।
ରାଜ୍ୟ ରାଜନୀତି ତଥା ଶାସକ ଦଳରେ ଦୁହିଁଙ୍କ ଭଲ ଦବଦବା ରହିଛି । ଅରୁଣ ଏବଂ ଅତନୁଙ୍କ ତତ୍ୱାବଧାନରେ ବହୁ ଦଳର ବହୁ ନିଷ୍ପତି ମଧ୍ୟ ନିଆଯାଉଛି । ଏଣୁ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏପରି ମାମଲା ଦଳକୁ ଅଡୁଆରେ ପକାଇ ପାରେ । ଭୋଟରଙ୍କ ମନରେ ପରିବର୍ତ୍ତନ ହୋଇପାରେ । ଏବଂ ଦୁହିଁଙ୍କର ଶନିଦଶା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଉଭୟ ବିଜେପି ଏବଂ କଂଗ୍ରେସ ନିଜର ପତିଆରା ଜାହିର କରୁଥିବା ବେଳେ ବିଜେଡି ନେତାଭ୍କ ଏପରି ମାମଲା ଦଳ ପାଇଁ ଅଡୁଆ ସୃଷ୍ଟି କରିବ ।
ସେପଟେ ଓଡିଶା କେନ୍ଦ୍ରୀୟ ନେତାଙ୍କ ନଜରରେ ରହିଛି । ଏଣୁ ବାରମ୍ବାର କେନ୍ଦ୍ରୀୟ ନେତାମାନେ ଓଡିଶା ଗସ୍ତରେ ଆସି ଭୋଟ ବ୍ୟାଙ୍କ ହାତେଇବା ପାଇଁ ପ୍ରୟାସ ଜାରି କରିଛନ୍ତି । ନିକଟରେ ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ପରେ କଂଗ୍ରେସର ନଜର ଓଡିଶା ଉପରେ ରହିଛି । ଏଣୁ ନିର୍ବାଚନ ପୂର୍ବରୁ ପ୍ରତିମାସରେ ରାହୁଲ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି । ତେବେ ଏଥିରୁ ବାଦ ପଡିନାହିଁ ବିଜେପି । ନିକଟରେ ମୋଦି ୩ଥର ଓଡିଶା ଗସ୍ତରେ ଆସି ଓଡିଆ ଭୋଟରଙ୍କୁ ମନେଇଥିବା ଦେଖିବାକୁ ମିଳିଥିଲା ।