ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର କୁଇନ୍ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଜନ୍ମଦିନ ଅବସରରେ ତାଙ୍କର ଏକ ନୂତନ ଫିଲ୍ମର ଘୋଷଣା କରାଯାଇଛି । ଏହି ଫିଲ୍ମଟି ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ହେବ ।
କଙ୍ଗନାଙ୍କ ପୂର୍ବ ଫିଲ୍ମ ମଣିକର୍ଣ୍ଣିକାର ଲେଖକ କେବି ବିଜୟନ୍ଦ୍ର ରାଓ ଏହି ଫିଲ୍ମର ସ୍କ୍ରିପ୍ଟ ଲେଖିବେ । ଏହାସହିତ ନିର୍ଦ୍ଦେଶନ ଦାୟିତ୍ୱରେ ରହିବେ କମାନ ବିଜୟ । ଯିଏ ଏହା ପୂର୍ବରୁ ଅନେକ ତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।
ତିନୋଟି ଭାଷାରେ ଫିଲ୍ମଟି ପ୍ରସ୍ତୁତ କରାଯିବ । ଯେପରି ହିନ୍ଦୀ, ତେଲୁଗୁ ଏବଂ ତାମିଲ । ହିନ୍ଦୀରେ ଏହି ଫିଲ୍ମର ଟାଇଟଲ ରହିବ ‘ଜୟା’ । ଏହି ଫିଲ୍ମ ପାଇଁ ପୂର୍ବରୁ ଐଶ୍ଚର୍ଯ୍ୟା ରାୟ ଏବଂ ବିଦ୍ୟା ବାଲନଙ୍କ ନାଁ ଚର୍ଚ୍ଚା ହେଉଥିଲା । ମାତ୍ର ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ ଏହହା ପରଦାରେ କେବେ ମୁକ୍ତିଲାଭ କରିବ ସେନେଇ କୌଣସି ସ୍ପଷ୍ଟିକରଣ ହୋଇ ନାହିଁ ।
କଙ୍ଗନା ଏବେ ଅଶ୍ୱନୀ ଆୟାରଙ୍କ ଦ୍ୱାରା ପ୍ରସ୍ତୁତି ହେଉଥିବା ଫିଲ୍ମ ପଙ୍ଗାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ କଙ୍ଗନା ଏକ କବାଡି ଖେଳାଳି ଭୂମିକାରେ ନଜର ଆସିବେ । ଫିଲ୍ମରେ ଋତୁ ଚଢାଙ୍କୁ ବି ଦେଖିବାକୁ ମିଳିବ ।