ଚେନ୍ନାଇ (ଏଟିଆର ବ୍ୟୁରୋ); ଆଇପିଏଲ ଉଦଘାଟନୀ ମ୍ୟାଚରେ ବ୍ୟାଙ୍ଗଲୋରକୁ ହରାଇଲା ଚେନ୍ନାଇ । ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ ଆଗରେ ଫିକା ପଡିଛି କୋହଲି ବାହିନୀ । ଶନିବାର ଚିନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରଥମ ମ୍ୟାଚ । ବ୍ୟାଙ୍ଗଲୋର ଟସ ୱିନ ହୋଇ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ମାତ୍ର ଦଳର କୌଣସି ଖେଳାଳି ପଡିଆରେ ତିଷ୍ଟି ପାରିନଥିଲେ । ବ୍ୟାଙ୍ଗଲୋର ପ୍ରଥମେ ବ୍ୟାଟିଂ କରି ମାତ୍ର ୭୦ରେ ଅଲ ଆଉଟ ହୋଇ ଯାଇଥିଲା ।
ବିରାଟ କୋହଲି (୬, ୧୨ ବଲ) ରବୀନ୍ଦ୍ର ଜାଦେଜାଙ୍କ ହାତରେ ଡିପ୍ ମିଡ୍ୱିକେଟ୍ରେ ଧରାପଡ଼ିଥିଲେ। ନିଜର ପରବର୍ତୀ ୨ ଓଭରରେ ମଧ୍ୟ ଭଜି ଆଉ ଦୁଇ ୱିକେଟ୍ ନେଇଥିଲେ। ଏଥର ଶିକାର ହୋଇଥିଲେ ଇଂଲଣ୍ଡ ଅଲରାଉଣ୍ଡର୍ ମୋଇନ୍ ଅଲୀ (୯) ଏବଂ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍ ଏବି ଡି’ଭିଲିୟର୍ସ (୯)। ୱେଷ୍ଟଇଣ୍ଡିଜ୍ ତାରକା ସିମରନ୍ ହେଟମେୟର (୦) ଖାତା ଖୋଲିବା ପୂର୍ବରୁ ନିଜକୁ ରନ୍ ଆଉଟ କରାଇବାର ଖଳ ନାୟକ ସାଜିଥିଲେ। ଗୋଟିଏ ପାର୍ଶ୍ବରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ପାର୍ଥିବ ପଟେଲ୍ ଜଗି ରହିଥିବା ବେଳେ ଆରପଟେ ୱିକେଟ୍ ପତନ ଧାରା ଜାରି ରହିଥିଲା। ପାର୍ଥିବଙ୍କ ବିନା ଆଉ କେହି ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ।
୭୧ ରନର ବିଜୟ ଲକ୍ଷକୁ ପାର କରିବା ପାଇଁ ଯାଇ ଚେନ୍ନାଇ ୧୮ ଓଭରରେ ଜିତିଥିଲା । ଦଳ ପକ୍ଷରୁ ଅମ୍ବାତି ରାୟୁଡୁ ଧୌର୍ଯ୍ୟପୂର୍ଣ୍ଣ ଭାବରେ ପଡିଆରେ ତିଷ୍ଟି ରହିଥିଲେ । ଯାହାକି ଦଳର ବିଜୟର ମୁଖ୍ୟ କାରଣ । ରାୟୁଡୁ ସର୍ବାଧିକ ୨୮ ରନ କରିବାରେ ସଫଳ ହୋଇଥିଲେ । ଚେନ୍ନାଇ ୩ଟି ୱିକେଟ ହରାଇ ବିଜୟ ହୋଇଥିଲା । ତେବେ ପ୍ରଥମ ମ୍ୟାଚରେ ଭଳ ଖେଳ ପ୍ରଦର୍ଶନ କରିଥିଲେ ହରଭଜନ ସିଂହ ।