ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦୂତି ଚାନ୍ଦଙ୍କୁ ଦେଢ କୋଟି ପୁରସ୍କାର । ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ରୋପ୍ୟ ପଦକ ଆଣିଥିବା ଦୂତି ଚାନ୍ଦ ଙ୍କୁ ରାଜ୍ୟ ସରକାର ଦେଲେ ବଡ ଉପହାର । ଦୂତି ଙ୍କ ପାଇଁ ଦେଢ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇ ଏପରି ଘୋଷଣା କରିଛନ୍ତି । ଇଣ୍ଡୋନୋସିଆର ଜାକର୍ତାରେ ଖେଳାଯାଉଥିବା ଏସୀୟ କ୍ରୀଡାରେ ଗତକାଲି ଦୂତି ଭାଗନେଇ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଜିଣିଥିଲେ । ସେ ୧୦୦ ମିଟର ଦୂରତା କୁ ୧୧. ୩୨ ସେକେଣ୍ଡ ରେ ହାସଲ କରିଦେଇଥିଲେ ହେଁ ମାତ୍ର ୧ ମାଇକ୍ରୋ ସେକେଣ୍ଡ ର ଫରକ ପାଇଁ ଦୂତି ସ୍ୱର୍ଣ୍ଣ ପଦକରୁ ବଞ୍ଚି ଯାଇଥିଲେ ।
ତେବେ ଓଡିଆ ଝିଅ ଇଣ୍ଡୋନୋସିଆକୁ ଯାଇ ସେଠାରେ ନିଜ ଦେଶ ପାଇଁ ପଦକ ଜିତିଥିବାରୁ ସମଗ୍ର ରାଜ୍ୟବାସୀଙ୍କ ମନରେ ଖୁସିରେ ମାହୋଲ ସୃଷ୍ଟି ହୋଇଛି । ସେପଟେ ବିଗତ ୨୦ ବର୍ଷ ପରେ ଆଉ ଜଣେ ଓଡିଆ ଝିଅ ଏସୀୟ କ୍ରୀଡାରେ ପଦକ ଜିତିଥିବାରୁ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟବାସୀ । ୧୯୯୮ ମସିହା ଏସିଆନ ଗେମ୍ସରେ ଓଡିଶାର ପୂର୍ବତନ ଧାବିକା ରଚିତା ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ଅନ୍ୟପଟେ ଦୂତିଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ସମସ୍ତ କ୍ରୀଡାବିତ ମାନଙ୍କୁ ଆକର୍ଷିତ କରିଛି । ପ୍ରୋତ୍ସାହନ ଦ୍ୱାରା ଖେଳାଳି ମାନଙ୍କ ସାମାଜିକ ତଥା ଆର୍ଥିକ ସ୍ତର ଉନ୍ନତି ଘଟିବ । ଅନ୍ୟପଟେ ଓଡିଶାର ଖେଳାଳି ମାନଙ୍କୁ ପ୍ରୋତ୍ସାହନ ପାଇଁ ଖୁବଶୀଘ୍ର ରାଜ୍ୟସ୍ଥରୀୟ ଆଥଲେଟିକ ଏକାଡେମି କାରାଇବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।