ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରବିବାର ବିଜେଡି ଘୋଷଣା କରିପାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବାକି ରହିଥିବା ଆସନ ପାଇଁ ଦଳରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହେବା ପରେ ଦଳରେ କନ୍ଦଳ ହୋଇଥିଲା । ଏଣୁ ଆଜି ମଧ୍ୟ ପ୍ରାର୍ଥୀ ଘୋଷଣା ହେବାପରେ ପୁନରାବୃତ୍ତି ହେବ ବୋଲି ଅନୁମାନ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ଗୁଡିକ ରହିଥିବାରୁ ସମସ୍ତଙ୍କ ନଜର ନବୀନଙ୍କ ନିଷ୍ପତି ଉପରେ । କେଉଁ ଆସନରୁ କାହାକୁ ମିଳିବ ସମସ୍ତେ ତାତକ ଭଳି ଚାହିଁ ରହିଛନ୍ତି ।
ନବୀନ ନିବାସ ଆଗରେ ଥମୁନି ଭିଡ଼ । ଆଜି ଦ୍ବିତୀୟ ପର୍ୟ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିପାରନ୍ତି ନବୀନ । ଆଶାୟୀଙ୍କ ଠାରୁ ଆରମ୍ଭ କରି ଟିକେଟ୍ ନପାଇ ନିରାଶ ପ୍ରାର୍ଥୀ ସମସ୍ତେ ନବୀନ ନିବାସ ଆଗରେ ଭିଡ଼ ଜମାଉଛନ୍ତି । ଯେଉଁମାନେ ଟିକେଟ୍ ପାଇନାହାନ୍ତି ସେମାନେ ଶେଷ ପ୍ରୟାସ ତ କରୁଛନ୍ତି , କିନ୍ତୁ ଆଶାୟୀ ପୂରା ଦମ୍ ଲଗାଇଛନ୍ତି । ଆଜିଠାରୁ ବିଜେଡି ସୁପ୍ରିମୋ ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ । ଏହି ଅଭିଯାନ ନୟାଗଡରୁ ଆରମ୍ଭ ହୋଇଛି । ଏଣୁ ଆଜି ସଂନ୍ଧ୍ୟାରେ ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଇଛି ।