କଳାହାଣ୍ଡି (ଏଟିଆର ବ୍ୟୁରୋ); ମଦୁଆ ବାପାର ଉନ୍ମୁକ୍ତକାଣ୍ଡ । ନିଶାରେ ଆସି ଘରେ ଶୋଇଥିବା ଝିଅକୁ ଟାଙ୍ଗିଆରେ ହାଣିପକାଇଛି । ନିଶା ଛାଡିବା ପରେ ଅନୁତାପ କରି ନିଜ ଗଳା କାଟି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ବାପା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ମସ୍କାପଦର ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଉଭୟ ଆହତ ବାପା ଏବଂ ଝିଅଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ବାପା ହେଲେ କାର୍ମୁ ମାଝୀ । ଝିଅ ହେଲେ ସରିତା ମାଝୀ ।
ସୂଚନା ଅନୁଯାୟୀ,ଶୁକ୍ରବାର ରାତିରେ କର୍ମୁ ମଦ ପିଇ ରାତି ଅଧରେ ଘରକୁ ଫେରିଥିଲେ । ସେ ନିଜର ହିତାହିତ ଜ୍ଞାନ ହରାଇ ଝିଅକୁ ହାଣି ପକାଇଥିଲେ । ଘରେ ସ୍ତ୍ରୀ ଏବଂ ତାଙ୍କ ପୁଅ ମଧ୍ୟ ସାଙ୍ଗରେ ଶୋଇଥିଲେ । ଝିଅ ହଣା ଖାଇବା ପରେ ଅନ୍ୟମାନଙ୍କୁ ଉଠାଇଥିଲେ । ଏହାପରେ ସମସ୍ତେ ଉଠି ପଡିଥିଲେ । ତେବେ ନିଶା ଛାଡିଯିବାରୁ ନିଜର ଗଳକୁ କାଟିଥିଲେ କର୍ମୁ ।
ପାଟିତୁଣ୍ଡ ଶୁଣି ସାଇ ପଡିଶା ଦୌଡି ଆସିଥିଲେ । ପରିବାର ଲୋକ ଏବଂ ଗାଁଲୋକ ମିଶି ଉଭୟ ବାପା ଏବଂ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏବଂ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ଉଭୟଙ୍କ ଅବସ୍ଥା ଟିକେ ଭଲ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।