ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତିି ନିଆ ଶର୍ମ । ସେ ସର୍ବଦା କିଛି ନା କିଛି କାରଣକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ନିଆ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି । ସେ ଏଥରକ ଇଶକବାଜ୍ ର ଫେମ୍ ରେହାନା ପଣ୍ଡିତଙ୍କ ସହିତ ଖୁଲମାଖୁଲା କିସ୍ କରି ସୋସିଆରେ ମିଡିଆରେ ହଇଚଇ ମଚାଇଛନ୍ତି । ଆଜ୍ଞା ହଁ ନିଆ ଶର୍ମାଙ୍କ କିସିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲାରେ ।
ନିଆ ଶର୍ମା ଏଂବ ରେହାନା ପଣ୍ଡିତ ଏକ ହୋଲି ପାର୍ଟିରେ ସାମିଲ ହୋଇଥିଲେ । ସେଠାରେ ଅଭିନେତ୍ରୀ ଦୁହେଁ ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ଦୁହେଁ ଦୁହିଁଙ୍କୁ କିସ୍ କରିଥିଲେ ।
ରିପୋର୍ଟ ମୁତାବକ ରେହାନା ଏବଂ ନିଆ ଦୁହେଁ ବହୁତ ଭଲ ସାଙ୍ଗ । ଦୁହେଁ ଦୁହିଁଙ୍କ ସହ ଖୁବ୍ ଏନଜୟ କରିଥାନ୍ତି । ଏହି କିସ୍ କରିବା ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ଦୁହେଁ ଲାଇମ ଲାଇଟରେ ଆସିବା ପାଇଁ ଜମାଇ ରାଜା ସେଟ୍ ରେ ସମସ୍ତଙ୍କ ଆଗରେ କିସ୍ ଦିଆନିଆ ହୋଇଥିଲେ ।
ବର୍ଷ ୨୦୧୫ ରେ ଯେତେବେଳେ ରେହାନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କିସ୍ କରିବାର ଫଟୋ ସେୟାର କରିଥିଲେ । ଫଟୋ ସୋୟାର କରିବା ପରେ ତାଙ୍କୁ ଖୁବ୍ ଟ୍ରୋଲ ହେବାକୁ ପଡିଥିଲ । ଯେଉଁଥି ପାଇଁ ସେ ପରମୂହୂର୍ତ୍ତ ସେହି ଫଟୋକୁ ହଟାଇବାକୁ ବାଧ୍ୟ ହୋଇଥିଲେ । ଏହାପରେ ରେହାନା ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି , ‘ଏହାକୁ ନେଇ ଆପଣମାନେ ଏତେ ହାଇପର କାହିଁକି ହେଉଛନ୍ତି? ଯଦି କୌଣସି ଝିଅ ଗାଲକୁ କିସ୍ କରି ପାରିବ ତେବେ ଓଠକୁ କାହିଁକି ନୁହେଁ? ନିଆ ଏବଂ ମୁଁ ବହୁତ ଭିନ୍ନ କିସମର ଝିଅ । ଆମେ ଦୁହେଁ ଦୁହିଁଙ୍କ ପଜେଟିଭ୍ ଆଟିଚ୍ୟୁଡ୍ କୁ ପସନ୍ଦ କରିଥାଉ । ଏହାସହିତ ଆମେ ଦୁହେଁ ବହୁତ ଭଲ ସାଙ୍ଗ । ମୁଁ ଏଠାରେ ସଫା ଭାବେ କହିବାକୁ ଯାଉଛି କି ଆମେ ଦୁହେଁ ସମଲିଙ୍ଗୀ ନୁହେଁ ।’