ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ହୁଏତ ଏଭଳି କିଛି ନିର୍ବାଚନ ହୋଇଛି ଯେଉଁଥିରେ ପାକିସ୍ତାନର ନାଁ ଉଠିନଥିବ । ଏଥରକ ପୁଣି କିଛି ନେତା ପାକିସ୍ତାନକୁ ନେଇ ବୟାନ ଦେଇଛନ୍ତି । ଲୋକଙ୍କ କହିବାନୁଯାୟୀ ନିର୍ବାଚନରେ ପାକିସ୍ତାନ ପ୍ରସଙ୍ଗ ଉଠିବା ମାତ୍ରେ ହିଁ ଅନ୍ୟ ସମସ୍ତ ପ୍ରସଙ୍ଗ ଗାୟବ ହୋଇଯାଇଥାଏ ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ରବିବାର ଆଗ୍ରାରେ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ରାଲିକୁ ସମ୍ବୋନ୍ଧିତ କରି କହିଛନ୍ତି କି, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତାଧୀନ ସରକାର ହିଁ ଆତଙ୍କବାଦୀଙ୍କ ଠେକି ଫିଙ୍କିବା ସହିତ ପାକିସ୍ତାନକୁ କଡା ଜବାବ ଦେଇ ପାରିବ । ଏଥିରେ କେବଳ ବିଜେପି ସରକାର ହିଁ ଦେଶକୁ ସୁରକ୍ଷା କରି ପାରିବ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି, ପାକିସ୍ତାନରେ ଅଜହର ମସୁଦ ନାମକ ଆତଙ୍କବାଦୀ ଅଛି, ଯେଉଁଭଳି ଭାବେ ଓସାମାକୁ ମରାଯାଇଥିଲା, ଠିକ୍ ସେହିଭଳି ଭାବେ ମସୁଦ ଅଜହରକୁ ମରାଯିବ । ସହରନପୁରରେ ବି ତାଙ୍କ ଭାଷା କହୁଥିବା ଜ୍ୱାଇଁ ପୁଅ ବସିଛନ୍ତି । ଏବେ ଆପଣଙ୍କୁ ନିଷ୍ପତି ନେବାକୁ ହେବ କି ଅଜହରର ଭାଷା କହୁଥିବା ବ୍ୟକ୍ତି ନିର୍ବଚନ ଜିତିବ ନା ସହରନପୁରରେ ସମଗ୍ର ବିକାଶ କରୁଥିବା ମୋଦି ଜୀ ନିର୍ବାଚନ ଜିତିବେ ।
ନିକଟରେ ଭୋପାଳ ବିଧାନସଭା ସିଟ୍ ରୁ ବିଜେପି ବିଧାୟକ ରାମେଶ୍ୱର ଶର୍ମା ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରି କହିଥିଲେ କି ଭୋପାଳରେ ନିର୍ବାଚନ ଲଢିବା ଦ୍ୱାରା ପାକିସ୍ତାନରେ ମିଠା ବଣ୍ଟା ଯାଉଛି । ଚଳିତ ନିର୍ବାଚନ ପାଇଁ ମଧ୍ୟପ୍ରଦେଶ ଆଶାୟୀ ପାର୍ଥୀ ଜାରି ତାଲିକାରେ କଂଗ୍ରେସ ପକ୍ଷରୁ ଭୋପାଳରୁ ଦିଗବିଜୟ ସିଂହଙ୍କୁ ମଇଦାନକୁ ଓହ୍ଲାଯାଇଛି ।
ସେହିପରି ଗୁଜୁରାଟରେ ରବିବାର ବିଜେପିର ବିଜୟ ସଂକଳ୍ପ ରାଲିକୁ ସମ୍ବୋନ୍ଧିତ କରି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି କି, ‘ହୁଏତ ଏଭଳି କିଛି ହେବାକୁ ଯାଉନି କିନ୍ତୁ ମେ’ ୨୩ ରେ ନିର୍ବଚନୀ ପରିଣାମ ଘୋଷଣା ହେବା ପରେ , ଯଦି ଭୁଲ୍ ରେ ବି କଂଗ୍ରେସ ଜିତି ଯାଉଛି ତେବେ ପାକିସ୍ତାନରେ ଦୀପାବଳି ପାଳିତ ହେବ, କାରଣ କଂଗ୍ରେସର ପାକିସ୍ତାନ ସହ ସମ୍ପର୍କ ରହିଛି ।’
ବିଜେପିର ମହାସଚିବ ରାମ ମାଧବ ଗୋହାଟିରେ କହିଛନ୍ତି କି , ଯଦି କଂଗ୍ରେସ ନେତା ପାକିସ୍ତାନରୁ ନିର୍ବାଚନ ଲଢିବେ ତେବେ ସେ ଜିତି ଯିବେ । କାରଣ କଂଗ୍ରେସ ନେତାଙ୍କ ଟ୍ୱିଟରେ ଭାରତ ଅପେକ୍ଷା ପାକିସ୍ତାନରୁ ଅଧିକ ରିଟ୍ୱିଟ୍ କରାଯାଇଥାଏ ।