ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାରେ ଆଜି ‘ଚିନୁକ୍’ ହେଲିକପ୍ଟର ସାମିଲ ହୋଇଛି । ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ୱାରା ନିର୍ମାଣ କରାଯାଇଥିବା ଚିନୁକ୍ ସିଏଚ୍-୪୭ ଆଇ ହେଲିକପ୍ଟର ଏବେ ଭାରତକୁ ଆସିଛି । ଏଭଳି ୧୫ ଟି ହେଲିକପ୍ଟର କିଣାଯାଇଛି ।
ତେବେ ଆସନ୍ତୁ ଜାଣିବା ହେଲିକପ୍ଟରର ସ୍ପେଶିଆଲିଟି:
ଏଥିରେ ଡିଜିଟାଲ କକପିଟ୍ ମ୍ୟାନେଜମେଣ୍ଟ ସିଷ୍ଟମ ରହିଛି । ଏହାସହିତ କମନ ଅଭିଏସନ ଆର୍କିଟେକଚର କକପିଟ୍ ଏବଂ ଆଡଭାନ୍ସ କକପିଟ୍ ଭଳି ବିଶେଷତ ରହିଛି । ଏହି ହେଲିକପ୍ଟରରେ ଗୋଟେ ଥର ଗୋଳା ବାରୁଦ, ଅସ୍ତ୍ରଶସ୍ତ୍ର ଏବଂ ସେନା ଯାଇ ପାରିବେ । ଏହାକୁ ରାଡାରରୁ ଧରିବା ମୁସକିଲ୍ ।
ଏହାର ଓଜନିଆ ମେସିନ୍ କୁ ଓଠାଇବାର ଶକ୍ତି ରହିଛି । ଏହାବ୍ୟତିତ ୨୦ ହଜାର ଫୁଟ୍ ଉଚ୍ଚରେ ଉଡି ପାରିବ । ପ୍ରତି ଘଣ୍ଟାରେ ୨୮୦ କିଲୋମିଟର ବେଗରେ ଉଡିବାର କ୍ଷମତାର ରହିଛି । ଏହି ହେଲିକପ୍ଟରର ଉଚ୍ଚତା ୧୮ ଫୁଟ୍ ଏବଂ ଚଉଡା ୧୬ ଫୁଟ୍ ।
ହେଲିକପ୍ଟରକୁ ଦୁଇ ଜଣ ପାଇଲଟ ଉଡାଇ ପାରିବେ । ଦୁନିଆର ୨୬ ଟି ଦେଶରେ ଏହି ହେଲିକପ୍ଟର ବ୍ୟବହାର କରାଯାଉଛି ଏବଂ ଏବେ ଏହା ଭାରତରେ ସାମିଲ ହୋଇଛି । ଯୁଦ୍ଧ ସମୟରେ ଲିବିୟା, ଇରାନ, ଆଫଗାନିସ୍ଥାନ ସମେତ ଇରାକରେ ବି ଏହି ହେଲିକପ୍ଟରର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ଏବେ ଭାରତରେ ଏହାର ବିଶେଷ ଉପଯୋଗ କରାଯିବ ।