ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରାର୍ଥୀ ଘୋଷଣା ହେବା ପରେ ଜଣକ ପରେ ଜଣେ ନେତା ଦଳ ଛାଡୁଥିବା ଦେଖିବାକୁ ମିଳୁଛି । ନିର୍ବାଚନକୁ ଆଉ ଅଳ୍ପଦିନ ଥିବା ବେଳେ ନେତାଙ୍କ ଦଳ ଡିଆଁ ପର୍ବ ଏବେ ସୁଦ୍ଧା ଅନ୍ତ ହେଉନାହିଁ । ତେବେ ସୋମବାର ବିଜେପିକୁ ବାଏ ବାଏ କହିଛନ୍ତି ଭରତ ପାଇକ । ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକି ବିଜେପି ପାଇଁ ଏକ ବଡ ଝଟକା । ତେବେ ଦଳରେ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।
ଦୀର୍ଘ ବର୍ଷ ଧରି ଦଳ ପାଇଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାମ କରି ଆସୁଥିଲେ ଭରତ । ୨୦୦୯ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ୨୦୧୪ ନିର୍ବାଚନରେ ମୋହନା ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରି ମାତ୍ର ଅଳ୍ପ ଭୋଟରେ ପରାଜୟ ହୋଇଥିଲେ । ଦଳର ସଂଗଠନକୁ ସେ ଦୃଢ଼ ରଖିଥିଲେ । ପଂଚାୟତ ସମିତି ନିବାଚନ ଏବଂ ଜିଲ୍ଲା ପରିଷଦମାନଙ୍କୁ ଜିତାଇବାରେ ତାଙ୍କର ବଡ ହାତ ରହିଥିଲା । ତେବେ ଦଳରେ ନୂଆ ନେତା ଯୋଗ ଦେବା ପରେ ତାଙ୍କୁ ଅଣଦେଖା କରିଥିଲା ଦଳ । ଭରତ ପାଇକ ଗଜପତି ଜିଲ୍ଲାର ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ଉପସଭାପତି ଥିଲେ ।ସେ କହିଛନ୍ତି, “ମୁଁ ଲୋକଙ୍କ ପାଇଁ କାମ କରିବାକୁ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ରାଜନୀତିରେ ପାଦ ଦେଇଥିଲି ।