ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱାର୍ଲ୍ଡକପ ରେସରେ ଅନେକ ଖେଳାଳିଙ୍କ ନାଁ ସାମିଲ ହୋଇଛି । ଇତି ମଧ୍ୟରେ ରିଷଭ ପନ୍ଥଙ୍କ ନାଁ ମଧ୍ୟ ରହିଛି । ୱାର୍ଲ୍ଡକପ ପାଇଁ ଏଥରକ ଋଷଭଙ୍କୁ ଦ୍ୱିଦୀୟ ୱିକେଟକିପର ଭାବେ ବାଛିବା ଭାରତ ପାଇଁ ଫାଇଦା ହୋଇପାରେ ବୋଲି ପୂର୍ବତନ ଦିଗଜ ଖେଳାଳି ମତ ରଖିଛନ୍ତି ।
ୱାନଖେଡେ ଷ୍ଟାଡିୟମରେ ରବିବାର ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ର ମୁକାବିଲାରେ ରିଷଭ ପନ୍ଥ ସାନ୍ଦାର ପ୍ରଦର୍ଶନ କରିଛନ୍ତି । ରିଷଭ ୨୭ଟି ବଲରେ ୭୮ ରନ୍ କରି ତାଙ୍କ ଟିମ୍ ଦିଲ୍ଲୀ କ୍ୟାପିଟାଲକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି । ପନ୍ଥଙ୍କ ଏହି ଧୂଆଁଧାର ବ୍ୟାଟିଂ ପାଇଁ କ୍ରିକେଟର ଯୁବରାଜ ସିଂ ଖୁବ୍ ଖୁସି ନଜର ଆସିଛନ୍ତି । ଇତି ମଧ୍ୟରେ ଯୁବରାଜ ସିଂ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ୱାର୍ଲ୍ଡକପ୍ ଟିମ୍ ର ଖେଳାଳି ବାଛିବାକୁ ନେଇ ପନ୍ଥଙ୍କ ବିଷୟରେ ସେ କିଛି କହି ପାରିବେ । କିନ୍ତୁ ପନ୍ଥ ଏବେ ବହୁତ ଭଲ ଫର୍ମରେ ଚାଲିଛନ୍ତି । ରିଷଭ ପନ୍ଥଙ୍କ ପ୍ରଦର୍ଶନ ପାଇଁ ଯୁବରାଜ ସିଂ ପ୍ରଶଂସା ମଧ୍ୟ କରିଛନ୍ତି । ଯୁବରାଜଙ୍କ ମତରେ ଭାରତୀୟ ଟିମ୍ ପାଇଁ ଋଷଭ ପନ୍ଥ ଜଣେ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ହୋଇପାରିବେ ।
ସେପଟେ ମୁମ୍ବାଇ ଇଣ୍ଡିଆନ୍ ପକ୍ଷରୁ ଖେଳୁଥିବା ଯୁବାରାଜ ସିଂ ମଧ୍ୟ ୩୩ ବଲରେ ୫ ଚଉକା ଏବଂ ୩ ଚକା ମାରିବା ସହ ଅର୍ଦ୍ଧସତକ କରିଥିଲେ । କିନ୍ତୁ ତାଙ୍କର ଏହି ଅର୍ଦ୍ଧସତକ ପନ୍ଥଙ୍କ ସତକ ଆଗାରେ ଫେଲ ମାରିଥିଲା । ଯାହାଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ହାରିବାର ସାମ୍ନା କରିବାକୁ ପଡିଥିଲା ।