ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଥରକ ଦକ୍ଷିଣ ଓଡିଶାରେ କର୍ମୀ ସମୀଳନୀ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆସନ୍ତା ୪ତାରିଖରେ ଆସିବେ କିନ୍ତୁ କେଉଁ ସ୍ଥାନରେ କାଯ୍ୟକ୍ରମ ହେବ ତାହା ଠିକ ହୋଇନଥିବା ସୂଚନା ଦେଇଛନ୍ତି ପିସିସି ସଭାପତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ବେଶ ଖୁସି ଅଛନ୍ତିି କଂଗ୍ରେସ କର୍ମୀ । ନିର୍ବାଚନ ପୂର୍ବରୁ ଗୁରୁ ଜ୍ଞାନ ପାଇବାର ଉଚିତ ସମୟ ବୋଲି ଆଶା ରଖିଛନ୍ତି ଦଳୀୟ କର୍ମୀ । ତେବେ ରାହୁଲ ଏଥରକ କଣ କହିବେ ତାଉପରେ ସମସ୍ତଙ୍କ ନଜର ।
ଆସନ୍ତା ୧ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ଅପରପକ୍ଷରେ ମୋଦିଙ୍କ ଗସ୍ତ ପରେ ରାହୁଲଙ୍କ ଗସ୍ତ ରାଜ୍ୟ ରାଜନୀତିକୁ ଚଳ ଚଞ୍ଚଳ କରିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏହି ଦୁଇ ହେବିୱେଟ ନେତା ଓଡିଶା ଗସ୍ତରେ ଆସି ଉଭୟ ଉଭୟଙ୍କୁ କଡା ସମାଲୋଚନା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗସ୍ତକୁ ନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା କରାଯାଉଛି । ପୂର୍ବରୁ ରାହୁଲ ଓଡିଶା ଗସ୍ତରେ ଆସି ମୋଦି ଏବଂ ନୀବନଙ୍କୁ ଟାର୍ଗେଟ କରିଥିବା ବେଳେ ମୋଦି ରାହୁଲ ଏବଂ କଂଗ୍ରେସକୁ କଡା ସମାଲୋଚନା ମଧ୍ୟ କରିଛନ୍ତି ।