ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ କିଛି ସମୟ ମଧ୍ୟରେ ଆସିପାରେ ବିଜେଡି ବାକି ପ୍ରାର୍ଥୀ ତାଲିକା । ଆଉ ମାତ୍ର ୨ଟି ଲୋକସଭା ଏବଂ ୧୦ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି । ତେବେ ବିଶେଷ ସୂତ୍ର ଅନୁସାରେ ଆଜି ସଂନ୍ଧ୍ୟା ସୁଦ୍ଧା ଘୋଷଣା ହେବ ବୋଲି ସୂଚନା ମିଳିଛି । ତେବେ ଦଳ ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଯଦି ସମ୍ପୂର୍ଣ୍ଣ ପ୍ରାର୍ଥୀଙ୍କ ନାମ ଘୋଷଣା କରେ ତେବେ ପ୍ରଥମ ଦଳ ଭାବରେ ସବୁ ଆସନ ପାଇଁ ପ୍ରାର୍ଥୀ ଫିଲପ ହୋଇଯିବ । ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳର ସୁପ୍ରିମୋ କାହା ଉପରେ ଭରଷା କରି ଟିକେଟ ଦେବେ ତାଉପରେ ସମସ୍ତଙ୍କ ନଜର ।
ବିଜେଡି ବତ୍ତମାନ ସୁଦ୍ଧା ୧୯ ଲୋକସଭା ଏବଂ ୧୩୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଘୋଷଣା କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି ଦଳ । ଟିକେଟ ବଣ୍ଟା ହେବା ଦିନଠାରୁ ଦଳରେ ଲାଗି ରହିଛି ଦଳ କନ୍ଦଳ । କାରଣ ଦଳରେ ଗଣ୍ଡା ଗଣ୍ଡା ପ୍ରାର୍ଥୀ ରହିଛନ୍ତି । ଟିକେଟ ପାଇବା ପାଇଁ ନବୀନ ନିବାସ ଆଗରେ ମାଳମାଳ ହୋଇ ଲାଇନ ଲଗାଉଛନ୍ତି । କିନ୍ତୁ ଦଳ ଭରଷା ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦେଉଛି । ତେବେ କେତେକ ତୁଙ୍ଗ ନେତା ଦୀର୍ଘ ଦିନ ଧରି ସଂଗଠନକୁ ଦୃଢ଼ କରିଥିଲେ ସୁଦ୍ଧା ସେମାନଙ୍କୁ ଟିକେଟ ଦେଉନି ଦଳ । ନୂଆ ପ୍ରାର୍ଥୀଙ୍କ ଉପରେ ଭରଷା କରି ଟିକେଟ ଦେଉଥିବାରୁ ଦେଖାଦେଉଛି ଅସନ୍ତୋଷ । ତେବେ ବାକି ଆସନରେ ବିଜେଡି କାହା ଉପରେ ଭରଷା କରି ଟିକେଟ ଦେଉଛି ତାଉପରେ ସମସ୍ତଙ୍କ ନଜର ।