ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସାଙ୍ଗକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି । ଓଡିଶାରେ ଥିବା ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ନିମନ୍ତେ ଏବଂ ଓଡିଶା ପ୍ରତି ପର୍ଯ୍ୟଟକମାନଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । ତେବେ ଓଡିଶାକୁ ଆସୁଥିବା ନୂଆଦିଲ୍ଲୀ- ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଆସୁଥିବା ପର୍ଯ୍ୟଟକ ଏହି ଟ୍ରେନରେ ଓଡିଶାର କଳା, ସଂସ୍କୃତି, ଓ ଐତିହ ସଂମ୍ପର୍କରେ ଜାଣିପାରିବେ ।
ଏହି ଟ୍ରେନର ବାହାରପାଶ୍ୱର୍ରେ ଓଡିଶୀ, ପ୍ରତ୍ନତତ୍ତ୍ୱ କାରୁକାର୍ଯ୍ୟ, ଛଉନୃତ୍ୟ, ଓଡିଶାରେ ଥିବା ଜଙ୍ଗଲ, ଜୀବଜନ୍ତୁ ଆଦି ସ୍ଥାନ ପାଇବ । ଏହି ବାବଦରେ ସପ୍ଟେମ୍ବର ୨୩ରେ ନାଲକୋ, ଓ ପୂର୍ବତଟ ରେଳପଥ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷାରିତ ହୋଇଥିଲା । ଏହି ବାବଦରେ ୧କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହା ରାଜଧାନୀର ୩ଟି ଟ୍ରେନରରେ ଦେଖିବାକୁ ମିଳିବ । ଏହି ଚୁକ୍ତି ଅନୁସାରେ ନାଲକୋ ବିଜ୍ଞାପନ ବାବଦରେ ଏହି ଟଙ୍କା ଖର୍ଚ୍ଚ କରିବ । ଟ୍ରେନ ବଗିର ବାହାର ପାଶ୍ୱ ଅଂଶରେ ଏହିସବୁ ଚିତ୍ର ଅଙ୍କାଯାଇଛି । ସମସ୍ତ ଚିତ୍ରର ଫ୍ରେମିଂ କରାଯିବା ଭଳି ପଟ୍ଟଚିତ୍ରର ଏକ ଷ୍ଟ୍ରିପ୍ କରାଯାଇଛି। ଯାହା କି ଟ୍ରେନଗୁଡିକୁ ଅଧିକ ସୁନ୍ଦର କରିବା ସହ ଆକୃଷ୍ଟ ମଧ୍ୟ କରୁଛି । ତେବେ ଆସନ୍ତା ଗୁରୁବାର ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଦେଖିବାକୁ ମିଳିବ ।