କଳାହାଣ୍ଡି (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର କଳାହାଣ୍ଡିକୁ ନିର୍ବାଚନୀ ପ୍ରଚାର କରିବା ଲାଗି ଦିନିକିଆ ଗସ୍ତରେ ଆସି ପହଁଚିଛନ୍ତି । ଏଠାରେ ସେ ନିର୍ବାଚନୀ ରାଲିକୁ ସମ୍ବୋନ୍ଧିତ କରିବା ସହ କଂଗ୍ରେସ ଉପରେ ହମଲା କରିଛନ୍ତି । ସେ କହିଛନ୍ତି କି ,ଗରିବଙ୍କୁ ଆହୁରୀ ଗରିବ ରଖିବା ପାଇଁ କଂଗ୍ରେସ ଷଡଯନ୍ତ୍ର ରଚିଛି । ଏଭଳି ଷଡଯନ୍ତ୍ର, ଯାହାର ପାପ କଦାପି ଧୋଇ ହେବ ନାହିଁ । ପ୍ରତ୍ୟେକ ନିର୍ବାଚନରେ ସେମାନଙ୍କର ସାଥ୍ ଦେଇଛନ୍ତି ଗରିବ, କିନ୍ତୁ ନିର୍ବାଚନ ଜିତିବା ପରେ ଏହି ଦଳ ଗରିବଙ୍କୁ ଧୋକା ଦେଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଓଡିଶାରେ ବିଜେପି ସରକାର ଗଢି ଉଠିବା ପରେ ଗରିବଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିକି ରହିବୁ ବୋଲି ମୁଁ ବିଶ୍ୱାସ ଦେଉଛି । ଯେଉଁ କାମ ୭୦ ବର୍ଷ ରେ ହୋଇ ପାରି ନାହିଁ ତାକୁ ଆମେ ପାଞ୍ଚ ବର୍ଷରେ କରିକି ଦେଖେଇବୁ ।
ଦେଶର କେତେ ଅଧିକ ଟଙ୍କା ମଧ୍ୟସ୍ଥିଙ୍କ ପାଖକୁ ଯାଉଥିଲା ଏବଂ ଏହା କଳାଧନରେ ପରିବର୍ତ୍ତନ ହେଉଥିଲା ତାହାକୁ ଆପଣମାନେ କଳ୍ପନା କରି ପାରିବେ । ଏହାକୁ ବନ୍ଦ କରିବାର କାମ କେନ୍ଦ୍ରର ବିଜେପି ସରକାର ହିଁ କରିଛି ।